ନନ୍ଦନକାନନରେ ବାଘ ଛୁଆ ଲବ-କୁଶ ଅସୁସ୍ଥ । କାମଦେଉନି ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା, ରାଜ୍ୟ ବାହାରର ବିଶେଷଜ୍ଞଙ୍କ ସହାୟତା ଲୋଡିଲେ ନନ୍ଦନକାନନ କର୍ତ୍ତୃପକ୍ଷ

150

କନକ ବ୍ୟୁରୋ: ନନ୍ଦନକାନନ ଛୁଆ ବାଘ ଲବ-କୁଶ ଅସୁସ୍ଥ ଘଟଣା । କାମ ଦେଉନି ସ୍ଥାନୀୟ ଡ଼ାକ୍ତରଙ୍କ ଚିକିତ୍ସା ପଦ୍ଧତି । ବାହାର ବିଶେଷଜ୍ଞ ସହାୟତା ଲୋଡ଼ିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ବାଘ ଛୁଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଛନ୍ତି କର୍ତୃପକ୍ଷ । ଏଥିସହ ଓୟୁଏଟିର ସେଂଟର ଫର ୱାଇଲ୍ଡ ଲାଇଫ ଡାକ୍ତରଙ୍କୁ ମଧ୍ୟ ଚିକିତ୍ସାରେ ସାମିଲ କରାଯାଇଛି । ଲବ କୁଶ ଦୁହେଁ ଠିକ ଠାକ୍ ଖାଦ୍ୟ ଗ୍ରହଣ କରୁଛନ୍ତି । ଆଶା ଖୁବ୍ ଶୀଘ୍ର ଠିକ୍ ହୋଇଯିବେ । ଚିଫ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ତଥା ନନ୍ଦକାନନ ନିର୍ଦ୍ଦେଶକ ଶଶୀ ପାଲ ଏହି ସୂଚନା ଦେଇଛନ୍ତି ।