କନକ ବ୍ୟୁରୋ : ଜାମ୍ମୁକଶ୍ମୀର ଅବନ୍ତୀପୁରାରେ ଆତଙ୍କୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ପମ୍ପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଳୁଚି ରହିଥିବା ସୂଚନା ପାଇବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଏନକାଉଣ୍ଟରରେ ୨ ଆତଙ୍କୀ ନିହତ ହୋଇଛି ।

Advertisment

ଅନ୍ୟପଟେ ଆଉ କିଛି ଆତଙ୍କୀଙ୍କ ଖୋଜରେ ଚାଲିଛି ଅପରେସନ । ଗୁରୁବାର ଠାରୁ ଜାରି ରହିଥିଲା ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସେନାର ଏହି ଅପରେସନରେ ଗୁରୁବାର ଜଣେ ଜୁନିଅର କମିଶନ ଯବାନ ହୋଇଥିଲେ ସହିଦ ।