ଜାମ୍ମୁରେ ପୁଣି ଏନକାଉଣ୍ଟର : ୨ ଆତଙ୍କବାଦୀ ମୃତ, ସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ

Advertisment
ଜାମ୍ମୁରେ ପୁଣି ଏନକାଉଣ୍ଟର : ୨ ଆତଙ୍କବାଦୀ ମୃତ, ସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ

କନକ ବ୍ୟୁରୋ : ପୁଣି ପୋଲିସ-ଆତଙ୍କବାଦୀ ଗୁଳିବିନିମୟ । ଜାମ୍ମୁରେ ଆତଙ୍କବାଦୀଙ୍କ ସହ ହୋଇଛି ଗୁଳିବିନିମୟ । ମିଳିଥିବା ସୂଚନା ଅନୁସାରେ ଆଜି ଭୋରରୁ ଜାମ୍ମୁ ଓ କାଶ୍ମୀରର ୨ଟି ସ୍ଥାନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି। ଏଥିିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ତେବେ ଏ ନେଇ ସେନା ପକ୍ଷରୁ ସ୍ପଷ୍ଟିକରଣ ମିଳି ପାରି ନାହିଁ। ଜାମ୍ମୁ ଓ କଶ୍ମୀରର କୁଲଗାମ୍ ଜିିଲ୍ଲାର ରେଦଓ୍ଵାନି ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ବଡ଼ି ଭୋରରୁ ଗୁଳି ବିନିମୟ ଆରମ୍ଭ ହୋଇଛି। ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ଯବାନଙ୍କୁ ଗୁଳିରେ ପ୍ରାଣ ହରାଇଛନ୍ତି।

publive-imageତେବେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ସେହି ଅଞ୍ଚଳକୁ କର୍ଡନ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ସେଠାରେ ଛପି ରହିଥିବା ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଉଥିବା ସୂଚନା ମିଳିଛି। ଗୋଟିଏ ପରେ କୁଲଗାମ୍ ଠାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଥିବା ବେଳେ ପୁଲଓ୍ଵାମ ଠାରେ ଦ୍ୱିତୀୟ ଏନକାଉଣ୍ଟର ନେଇ ସୂଚନା ମିଳିଛି।

publive-imageକେତେକ ଆତଙ୍କବାଦୀ ପୁଲଓ୍ଵାମା ଜିଲ୍ଲାର ଟ୍ରାଲର ହାଫୁ ଅଞ୍ଚଳରେ ଛପି ରହିଥିବା ସୂଚନା ପାଇ ସୁରକ୍ଷା କର୍ମୀମାନେ ସେଠାକୁ ସର୍ଚ୍ଚ ଅପରେସନ୍ ପାଇଁ ଯାଇଥିବା ବେଳେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଜବାବରେ ସୁରକ୍ଷା କର୍ମୀମାନେ ଆତଙ୍କବାଦୀମାନଙ୍କୁ ମୁହଁତୋଡ଼ ଜବାବ ଦେଉଛନ୍ତି। ସମଗ୍ର ଅଞ୍ଚଳକୁ କର୍ଡ଼ନ କରି ସେନା ଆତଙ୍କବାଦୀମାନଙ୍କୁ ଧରବା ପାଇଁ ଅପରେସନକୁ ଜୋରଦାର କରିଛି। ସୂଚନା ଯୋଗ୍ୟ ଯେ ଗତ ୧୦୦ ଘଣ୍ଟା ମଧ୍ୟରେ ସେନା ଗୁଳିରେ ୧୪ ଜଣ ଆତଙ୍କବାଦୀ ପ୍ରାଣ ହରାଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe