ଗତରାତି ପାହାନ୍ତା ପ୍ରହର ପୂର୍ବରୁ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଅନ୍ୟୂନ ଦୁଇଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, ରାତି ପ୍ରାୟ ୨ଟା ବେଳେ ଶୋପିଆଁର ମନିହାଲ୍ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିମୟ ଏପର୍ଯ୍ୟନ୍ତ ଚାଲୁ ରହିଛି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କର ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ଜମ୍ମୁ ଓ କଶ୍ମୀର ପୁଲିସ, ଭାରତୀୟ ସେନା ଏବଂ ‘ସିଆର୍ପିଏଫ୍’ ମିଳିତ ଭାବେ ତଲାସ ଅଭିଯାନ ଆରମ୍ଭ କରିଥିଲେ।
ଜମ୍ମୁ ଓ କଶ୍ମୀର ପୁଲିସ କହିବା ଅନୁସାରେ, ଏହି ମିଳିତ ତଲାସ ଅଭିଯାନରେ ଦୁଇଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ମଧ୍ୟ ମିଳିତ ତଲାସ ଅଭିଯାନ ଚାଲିଛି। ନିହତ ଆତଙ୍କବାଦୀଙ୍କ ପରିଚୟ ପାଇବାକୁ ନିରାପତ୍ତା ବଳ ଉଦ୍ୟମ ଚଳାଇଛି । ସେ ଅଞ୍ଚଳରେ ଆହୁରି କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଅନୁମାନ କରାଯାଉଛି। ତେଣୁ, ସେମାନଙ୍କୁ ବାହାର କରିବା ଲାଗି ବ୍ୟାପକ ତଲାସ ଓ ‘କମ୍ବିଙ୍ଗ୍ ଅପରେସନ୍’ ଚାଲିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/OIP-1.jpg)