କନକ ବ୍ୟୁରୋ : ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ହିନ୍ଦ୍ ସୀତା ପୋଡ଼ା ଅଞ୍ଚଳରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳିବିନିମୟ ଘଟଣାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଖବର ମିଳିଛି । କିନ୍ତୁ, ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ ।
ଦୁଇ ପକ୍ଷ ମଧ୍ୟରେ ଏବେ ମଧ୍ୟ ଗୁଳି ବିନିମୟ ଚାଲିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଉଦ୍ଧାର କରାଯାଇଛି । ଗତ ସପ୍ତାହରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସ୍ୱଳ୍ପ ସମୟ ଲାଗି ଗୁଳି ବିନିମୟ ଘଟି ଶୋପିଆଁରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ ।