କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର କବାରିଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରଥମେ ଆତଙ୍କବାଦୀ ମାନେ ପୋଲିସ ଓ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିବା ବେଳେ ପ୍ରତିଜବାବରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଆଉ ଗୁଇନ୍ଦା ସୂଚନା ଆଧାରରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ପୋଲିସ ଓ ସିଆରପିଏଫ ଯବାନଙ୍କ ତରଫରୁ ଅପରେସନ ଆରମ୍ଭ ହୋଇଥିଲା । କିନ୍ତୁ ସୁରକ୍ଷାକର୍ମୀ ଗାଁ ଭିତରେ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଆତଙ୍କବାଦୀ ମାନେ ପ୍ରଥମେ ଗୁଳିଚାଳନା କରିଥିଲେ । କିନ୍ତୁ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଆତଙ୍କବାଦୀ ମାନେ ନିପାତ ହୋଇଥିଲେ ।
ଏହି ଅପରେସନ ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିବା ବେଳେ ମୃତ ଆତଙ୍କବାଦୀଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ତେବେ ପୋଲିସ ଓ ଗୁଇନ୍ଦା ବିଭାଗ ମୃତ ଆତଙ୍କବାଦୀଙ୍କ ବାବଦରେ ଟିକିନିକି ତଥ୍ୟ ଯୋଗାଡରେ ଲାଗିଛି । ଏପରିକି ଆତଙ୍କବାଦୀଙ୍କୁ ନିପାତ କରିବା ପରେ ସ୍ଥାନୀୟ ଅଞ୍ଚଳକୁ ପୂରା ସିଲ୍ କରାଯାଇଥିବା ବେଳେ କଡାକଡି ଚେକିଂ ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/pti-1521630869-1542678924-1589857452-1596942432.jpg)