ଚର୍ଚ୍ଚାରେ ୨ ସୁନ୍ଦରୀ ପୁଲିଂ ଅଫିସର: ଷ୍ଟାଇଲିସ ଲୁକ୍ ଓ ଅନ୍ଦାଜ ପାଇଁ ପାଲଟିଗଲେ ସୋସିଆଲ ମିଡିଆ ଷ୍ଟାର

1,521

କନକ ବ୍ୟୁରୋ: ଚର୍ଚ୍ଚାରେ ଷ୍ଟାଇଲିସ ଲେଡି । ନିର୍ବାଚନବେଳେ ଷ୍ଟାଇଲସ ଲୁକ୍ ପାଇଁ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି ଦୁଇ ମହିଳା ଲକ୍ଷ୍ନୌର ରୀନା ଦ୍ୱିବେଦୀ ଓ ଭୋପାଳର ଯୋଗେଶ୍ୱରୀ ଗୋହିତେ । ନିଜ ଷ୍ଟାଇଲସ ଅନ୍ଦାଜ ପାଇଁ ଚର୍ଚାରେ ଥିବା ରୀନା ଦ୍ୱିବେଦୀ କାମ କରନ୍ତି ଉତରପ୍ରଦେଶ ପିଡବ୍ଲୁଡି ବିଭାଗରେ । ନିକଟରେ ରୀନା ନିର୍ବାଚନ ଡ୍ୟୁଟିବେଳେ ହଳଦିଆ ଶାଢୀ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଲକ୍ଷ୍ନୌର ଏକ ପୋଲିଂ ବୁଥରେ ରୀନାଙ୍କ ଡ୍ୟୁଟି ପଡିଥିଲା । ସୋସିଆଲ ମିଡିଆରେ ରୀନାଙ୍କ ଫଟୋ ଭାଇରଲା ହେବା ପରେ ଏହା ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଥିଲା । ଏହା ପରେ ତାଙ୍କ ପୁଅଙ୍କ ସାଙ୍ଗ ମଧ୍ୟ ଘଟଣାକୁ ବିଶ୍ୱାସ କରିପାରିନଥିଲେ । ଶେଷରେ ପୁଅ ମାଆଙ୍କୁ ଭିଡିଓ କଲ କରିବାକୁ କହିଥିଲେ । ନିର୍ବାଚନବେଳେ ଡ୍ୟୁଟିକୁ ସେ କେବେ ବି ମିସ କରନ୍ତି ନାହିଁ ।

ସେହିଭଳି ଚର୍ଚ୍ଚାରେ ଥିବା ଆଉ ଜଣେ ମହିଳା ହେଲେ ଭୋପାଳର ଯୋଗେଶ୍ୱରୀ ଗୋହିତେ କାନାଡା ବ୍ୟାଙ୍କରେ ଚାକିରୀ କରୁଥିବା ଯୋଗେଶ୍ୱରୀ ନିର୍ବାଚନବେଳେ ନୀଳ ରଙ୍ଗର ଡ୍ରେସ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଏହି ଡ୍ରେସ ପିନ୍ଧି ସେ ଗର୍ଜିଅସ ଲାଗୁଥିବାବେଳେ ରାତାରାତି ସୋସିଆଲ ମିଡିଆରେ ଷ୍ଟାର ପାଲଟିଯାଇଥିଲେ । ଅନେକ ଏହାକୁ ଲାଇକ ଓ ସେୟାର କରିଥିଲେ ।

ଗତ ୧୨ ତାରିଖରେ ନିର୍ବାଚନବେଳେ ଭୋପାଳ ଗୋବିନ୍ଦପୁରରେ ପୋଲିଂ ଅଫିସରଭାବେ ତାଙ୍କ ଡ୍ୟୁଟି ପଡିଥିଲା । ଗୋଟିଏ ହାତରେ ଇଭିଏମ ଓ ଅନ୍ୟ ହାତରେ ଟ୍ରେଣ୍ଡିଂ ବ୍ୟାଗ ଧରି ଯିବାବେଳେ ତାଙ୍କ ଷ୍ଟାଇଲିସ ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ କ୍ୟାମେରାକୁ ଦେଖି ହସିଥିଲେ କିନ୍ତୁ କିଛି ପ୍ରତିକ୍ରିୟା ରଖିନଥିଲେ । ସୋସିଆଲ ମିଡିଆରେ ଏହି ଦୁଇ ମହିଳା ପୋଲିଂ ଅଫିସର ଫଟୋ ଏବେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି ।