କନକ ବ୍ୟୁରୋ: କଲେଜ ଛାତ୍ରୀଙ୍କୁ ଛୁରାମାଡ଼ । ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇ ଘରକୁ ଫେରିବା ସମୟରେ ଏଭଳି ଅଘଟଣର ଶିକାର ହୋଇଛନ୍ତି । ରାୟଗଡ଼ା ଜିଲ୍ଲା ଗୁମୁଡ଼ା ଦ୍ରୌପଦୀ ମହାବିଦ୍ୟାଳୟର ଯୁକ୍ତଦୁଇ ଛାତ୍ରୀ ଛୁରାମାଡ଼ର ଶିକାର ହୋଇଛନ୍ତି । ଛାତ୍ରୀଜଣଙ୍କ ବିଷମକଟକ ଅଂଚଳର ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ ଛାତ୍ରୀଜଣଙ୍କ ପରୀକ୍ଷା ଦେଇ ଫେରିବା ସମୟରେ ଜଗନ୍ନାଥ ମନ୍ଦିର ରାସ୍ତାରେ ଜଣେ ଯୁବକ ତାଙ୍କୁ ଛୁରାମାଡ଼ କରିଥିଲେ । ତାଙ୍କ ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି । ଆହତ ଛାତ୍ରୀଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ରେମରେ ବିଫଳତା ଯୋଗୁଁ ଏଭଳି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଆକ୍ରମଣ କରିଥିବା ଯୁବକଙ୍କୁ ପୋଲିସ ଗୁମୁଡ଼ା ଫାଣ୍ଡିରେ ଅଟକ ରଖି ପଚରାଉଚରା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/2336555.jpg)