କନକ ବ୍ୟୁରୋ: ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି । ପୁରୀ ସମୁଦ୍ରକୂଳ ଥାନା ନିକଟ ସମୁଦ୍ରକୂଳରେ ଏହି ଅଘଟଣ ଘଟିଛି । ମୃତକ ଦୁଇ ଜଣ ଝାରଖଣ୍ଡର ମହମ୍ମଦ ଆବେଦି ଓ ରଜତ ପାଣ୍ଡେ ବୋଲି ଚିହ୍ନଟ ହୋଇଛି । ଆଜି କଟକ ପିଲୁ ମୋଦି କଲେଜ ୬ ଜଣ ଛାତ୍ର ପୁରୀ ସମୁଦ୍ର କୂଳରେ ଗାଧୋଉଥିଲେ । ଏହି ସମୟରେ ୨ ଜଣ ଛାତ୍ର ଲହଡିରେ ଭାସିଯାଇ ସମୁଦ୍ରରେ ବୁଡି ପ୍ରାଣ ହରାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୁଲିସ ପହଂଚି ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସଦର ହସ୍ପିଟାଲକୁ ପଠାଇଛି ।
ଜନ୍ମାଷ୍ଟମୀରେ ପୁରୀରୁ ଆସିଲା ଦୁଃଖଦ ଖବର: ସମୁଦ୍ରକୁଳରେ ଗାଧୋଇବା ବେଳେ ଢେଉରେ ଭାସିଯାଇ ୨ ଛାତ୍ର ମୃତ
/kanak/media/post_attachments/wp-content/uploads/2018/09/512db84ae4b09b831bf7a2ab_600x315.jpg)