ଦିଲ୍ଲୀରେ ଭୁଶୁଡିଲା ଦୁଇ ମହଲା ପୁରୁଣା କୋଠା । ୨ଶ୍ରମିକ ମୃତ, ଚାଲିଛି ଉଦ୍ଧାର କାର୍ଯ୍ୟ

71

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବଡ଼ ଦୁର୍ଘଟଣା । କବିର ନଗରରେ ଏକ ଦୁଇ ମହଲା ବିଶିଷ୍ଟ ନିର୍ମାଣାଧିନ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ରାତି ପ୍ରାୟ ୨ଟା ୧୫ରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣା ଜଣାପଡ଼ିବା ପରେ ପୋଲିସ ଓ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାର ଯାଞ୍ଚ ଚାଲିଥିବା ବେଳେ ଘର ମାଲିକଙ୍କ ନାମ ସାଜିଦ ହୋଇଥିବା ଜଣାପଡ଼ିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।