ନିଆରା ଏକ ରେଳ ଷ୍ଟେସନ, ଯେଉଁଠି ଟିକେଟ କାଂଉଣ୍ଟର ଗୋଟିଏ ରାଜ୍ୟରେ ଥିବା ବେଳେ ଟିକେଟ ମାଷ୍ଟର ବସିଥାନ୍ତି ଅନ୍ୟ ଏକ ରାଜ୍ୟରେ : ରେଳ ଷ୍ଟେସନ ବିଷୟରେ ଜାଣିବା ପାଇଁ ପଢ଼ନ୍ତୁ ପୁରା ଖବର

57

ମହାରାଷ୍ଟ୍ରର ‘ନବାପୁର’ ରେଳ ଷ୍ଟେସନ ସବୁଠୁ ନିଆରା । ଏହାର ଭୈାଗୋଳିକ ଅବସ୍ଥିତି ହିଁ ତାକୁ ସବୁ ରେଳ ଷ୍ଟେସନ ଠାରୁ ଭିନ୍ନ କରିପାରିଛି । ନବାପୁର ରେଳ ଷ୍ଟେସନର ଅଧା ଅଂଶ ମହାରାଷ୍ଟ୍ର ଓ ଅଧା ଗୁଜରାଟରେ ଆସିଥାଏ । କାରଣ ଏହା ମହାରାଷ୍ଟ୍ର ଓ ଗୁଜରାଟର ବର୍ଡରରେ ଅବସ୍ଥିତ । ଷ୍ଟେସନରେ ଥିବା ଗୋଟିଏ ବେଂଚର ଅଧା ଅଂଶ ମହାରାଷ୍ଟ୍ର ଓ ଅଧା ଗୁଜରାଟର । ସବୁଠୁ ମଜାଦାର ଘଟଣା ହେଉଛି, ଏଠାରେ ଥିବା ଟିକେଟ କାଉଂଟର ମହାରାଷ୍ଟ୍ରରେ ଥିବା ବେଳେ ଟିକେଟ ମାଷ୍ଟର ଗୁଜରାଟରେ ବସିଥାନ୍ତି । ନବାପୁରର ପୁଲିସ ଷ୍ଟେସନ, କ୍ୟାଟରିଙ୍ଗ, ଟିକେଟ ଝରକା ମହାରାଷ୍ଟ୍ରରେ ଆସୁଥିବା ବେଳେ ଷ୍ଟେସନ ମାଷ୍ଟରଙ୍କ କାର୍ଯ୍ୟାଳୟ, ୱେଟିଙ୍ଗ ରୁମ, ପାଣି ଟାଙ୍କି ଏବଂ ଶୈାଚାଳୟ ଗୁଜରାଟରେ ଆସିଥାଏ ।

ଯେତେବେଳେ ଷ୍ଟେସନରେ ଟ୍ରେନ ଆସିଥାଏ, ସେତେବେଳେ ଟ୍ରେନ ଡବା ମହାରାଷ୍ଟ୍ରରେ ଥିବାବେଳେ ଇଂଜିନ ଗୁଜରାଟରେ ଥାଏ । ଏହି ଅଦ୍ଭୁତ ରେଳ ଷ୍ଟେସନ ପ୍ରଥମେ ସଂଯୁକ୍ତ ମୁମ୍ବାଇରେ ଥିଲା । ସେତେବେଳେ ମହାରାଷ୍ଟ୍ର ଓ ଗୁଜରାଟ ଭାଗବଣ୍ଟା ହୋଇନଥିଲା । ୧୯୬୧ରେ ଭାଗ ହେବା ପରେ ଏହି ଷ୍ଟେସନଟି ଦୁଇ ରାଜ୍ୟ ସୀମାରେ ରହିଗଲା ।