ରାଜଧାନୀରେ ଭୁବନେଶ୍ୱରରେ ହୃଦୟବିଦାରକ ଘଟଣା : ମା’କୁ ପିଟିପିଟି ମାରିଦେଲେ ଦୁଇ ପୁଅ

574

କନକ ବ୍ୟୁରୋ : ମାକୁ ପିଟି ପଟି ହତ୍ୟା କଲେ ଦୁଇ ପୁଅ । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପ୍ରଧାନସାହି ଅଂଚଳରେ ଏଭଳି ହତ୍ୟାକାଣ୍ଡ ହୋଇଛି । ମା’କୁ ଦୁଇପୁଅ ଶାବଳରେ ମାରି ହତ୍ୟା କରିଥିବା ସୂଚନା ରହିଛି ।

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ପୁଅଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଉଭୟଙ୍କ ବୟସ ଯଥାକ୍ରମେ ୧୫ ଓ ୧୨ ବର୍ଷ ବୋଲି ଜଣାପଡିଛି । ପାରିବାରିକ କଳହରୁ ଏପରି ହତ୍ୟକାଣ୍ଡ ହୋଇଥିବା ସୂଚନା ମିଳିଛି ।

ଦୁଇପୁଅ କାହିଁକି ଏଭଳି ହତ୍ୟାକାଣ୍ଡ କଲେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ ପରେ ସତ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି ।