ଚର୍ଚ୍ଚାରେ ଦୁଇ ଭଉଣୀ ପ୍ରୀତି ସୁଲଗ୍ନା ଓ ଶୃତି ସୁଲଗ୍ନା । ପଣିକିଆ ମାଧ୍ୟମରେ ଭୋଟରଙ୍କୁ କରିବେ ସଚେତନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପଠାଯିବ ଭିଡିଓ ।

194

କନକ ବ୍ୟୁରୋ: ଚର୍ଚ୍ଚାରେ ନୟାଗଡ଼ର ଦୁଇ ଭଉଣୀ ପ୍ରୀତି ସୁଲଗ୍ନା ଓ ଶୃତି ସୁଲଗ୍ନା । ପଣିକିଆ ମାଧ୍ୟମରେ ଭୋଟରଙ୍କୁ କରିବେ ସଚେତନ । ୧୧କ ପଣିକିଆ ମାଧ୍ୟମରେ ଭୋଟରଙ୍କୁ ସଚେତନ କରିବାର ପ୍ରୟାସ କରୁଛନ୍ତି ଦୁଇ ଭଉଣୀ । ତେବେ ଏହାର ଅଡିଓ ରିଲିଜ ହୋଇଥିବା ବେଳେ ଏବେ ମାଲକାନଗିରିର ବିଭିନ୍ନ ସ୍ଥାନରେ ସୁଟିଂ ଚାଲିଛି । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗୀତ ପ୍ରସ୍ତୁତ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି ।

ପ୍ରୀତି ଓ ଶୃତିଙ୍କ ଏହି ପଣିକିଆ ସାରା ରାଜ୍ୟରେ ଭୋଟରଙ୍କୁ ସଚେତନତା କରିବ । ପୂର୍ବରୁ ଏହି ଦୁଇ ଭଉଣୀ ୨କ ପଣିକିଆ ଠାରୁ ୧୦ ପର୍ଯ୍ୟନ୍ତ ପଣିକିଆ ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି । ପ୍ରାୟ ମାସକ ପୂର୍ବରୁ ୧୦କ ପଣିକିଆ ମାଧ୍ୟମରେ ମିଲେଟ ବିଷୟରେ ଲୋକଙ୍କୁ ସଚେତନ କରି ଖୁବ ପ୍ରଶଂସା ସାଉଁଟିଛନ୍ତି ।