ମାଲକାନଗିରିରେ ଅଭାବନୀୟ ଘଟଣା । ଗାଡିଆରେ ବୁଡି ଦୁଇ ଭଉଣୀ ମୃତ 

Advertisment
ମାଲକାନଗିରିରେ ଅଭାବନୀୟ ଘଟଣା । ଗାଡିଆରେ ବୁଡି ଦୁଇ ଭଉଣୀ ମୃତ 

କନକ ବ୍ୟୁରୋ : ମାଲକାନଗିରିରେ ଅଭାବନୀୟ ଘଟଣା । ଗାଡିଆରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ । ମା କ୍ଷେତରେ ଧାନ କାଟୁଥିବା ବେଳେ ନିକଟସ୍ଥ ଗାଡିଆରେ ବୁଡିଗଲେ ଦୁଇ ଭଉଣୀ । ମୃତ ଦୁଇ ଉଭଣୀ ହେଲେ ୫ ବର୍ଷିୟ ମୋହିନୀ ଓ ଅଢେଇ ବର୍ଷିୟ ଜୀବନୀ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ମୋଟୁ ଥାନା ଅନ୍ତ୍ରଗତ ମୁକାନପାଲ୍ଲୀ ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତ ଦୁଇ ଭଉଣୀଙ୍କ ମା ହେଉଛନ୍ତି ଓଗାଳ ଗଙ୍ଗା । ମା କ୍ଷେତରେ ଧାନ କାଟୁଥିବା ବେଳେ ନିକଟସ୍ଥ ଗାଡିଆ ପାଖରେ ଖେଳୁଥିଲେ ଦୁଇ ଉଭଣୀ । ତେବେ କୌଣସି କାରଣରୁ ଗାଡିଆରେ ପଡି ଉଭୟଙ୍କ ମୃତ୍ୟୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe