କନକ ବ୍ୟୁରୋ : ମାଲକାନଗିରିରେ ଅଭାବନୀୟ ଘଟଣା । ଗାଡିଆରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ । ମା କ୍ଷେତରେ ଧାନ କାଟୁଥିବା ବେଳେ ନିକଟସ୍ଥ ଗାଡିଆରେ ବୁଡିଗଲେ ଦୁଇ ଭଉଣୀ । ମୃତ ଦୁଇ ଉଭଣୀ ହେଲେ ୫ ବର୍ଷିୟ ମୋହିନୀ ଓ ଅଢେଇ ବର୍ଷିୟ ଜୀବନୀ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ମୋଟୁ ଥାନା ଅନ୍ତ୍ରଗତ ମୁକାନପାଲ୍ଲୀ ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତ ଦୁଇ ଭଉଣୀଙ୍କ ମା ହେଉଛନ୍ତି ଓଗାଳ ଗଙ୍ଗା । ମା କ୍ଷେତରେ ଧାନ କାଟୁଥିବା ବେଳେ ନିକଟସ୍ଥ ଗାଡିଆ ପାଖରେ ଖେଳୁଥିଲେ ଦୁଇ ଉଭଣୀ । ତେବେ କୌଣସି କାରଣରୁ ଗାଡିଆରେ ପଡି ଉଭୟଙ୍କ ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/8-21.jpg)