ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଦୁଇ ଭଉଣୀ । ଗାଧୋଉଥିବା ବେଳେ ପୋଖରୀରେ ବୁଡ଼ି ମୃତ୍ୟୁ ।

216

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ନୟକନିଦିହି ଥାନା ଅନ୍ତର୍ଗତ ମଲିକଦେଇପୂର୍ ପଞ୍ଚାୟତର ବ୍ରଜନନ୍ଦପୂର୍ ଗ୍ରାମରେ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଦୁଇ ସମ୍ପର୍କୀୟା ଭଉଣୀଙ୍କର  ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ, ସଦାନନ୍ଦ ଘଡେଇଙ୍କର ୧୨ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ଓ ତାଙ୍କର ସମ୍ପର୍କୀୟ ଭଉଣୀ ଚାନ୍ଦବାଲି ବ୍ଲକରେ ଘଂଟେଶ୍ୱର ଅଞ୍ଚଳର ଧନେଶ୍ଵର ବାରିକଙ୍କର ୯ ବର୍ଷର ଝିଅ ପଲ୍ଲବୀ ପୋଖରୀରେ ଗାଧୋଉ ଥିବା ବେଳେ ପାଣିରେ ବୁଡିଯାଇଥିଲେ ।

ଗ୍ରାମର ଲୋକମାନେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ବାସୁଦେବପୁର ମେଡ଼ିକାଲକୁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ୍ ଘୋଷଣା କରିଥିଲେ । ପଲ୍ଲବୀ ତାଙ୍କ ମାମୁଁ ଘର ବ୍ରଜନନ୍ଦପୁର୍ କୁ ଆସିଥିଲେ । ଦୁଇ ଭଉଣୀଙ୍କ ଏଭଳି ଦୁଃଖଦ ମୃତ୍ୟ ଖବର ପ୍ରଚାରିତ ହେବାପରେ ଗ୍ରାମରେ ସୋକର ଛାୟା ଖେଳି ଯାଇଛି । ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।