ଆମେରିକା ଫେରନ୍ତା ମାଲିକଙ୍କୁ ହତ୍ୟା । ଏହାପରେ କଳାକନା ବୁଲାଇଲେ ଦୁଇ ଚାକର

284

କନକ ବ୍ୟୁରୋ: ଚେନ୍ନାଇର ଦମ୍ପତ୍ତିଙ୍କୁ ହତ୍ୟା ପରେ ୫ କୋଟି ଟଙ୍କାର ସମ୍ପତ୍ତି ଲୁଟ୍ ଭଳି ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି । ଏଥିରୁ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ଘର କାମ କରୁଥିବା ଚାକର ଏହି ଜଘନ୍ୟ କାଣଡ ଭିଆଇଥିବା ପୋଲିସ କହିଛି ।

ଘରର ମାଲିକ ଶ୍ରୀକାନ୍ତ(୬୦) ଓ ତାଙ୍କ ସ୍ତ୍ରୀ ଅନୁରାଧା(୫୫) ଆମେରିକାରେ ରୁହନ୍ତି । ସେମାନେ ଶନିବାର ଚେନ୍ନାଇ ସ୍ଥିତ ନିଜ ବାସଭବନକୁ ଆସିଥିଲେ । ଶ୍ରୀକାନ୍ତ ଜଣେ ଅବସରପ୍ରାପ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟଶ୍ରୀକାନ୍ତ ଓ ଅନୁରାଧାଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ ଫାର୍ମ ହାଉସରେ ପୋତିଥିଲେ ଅଭିଯୁକ୍ତ । ଘଟଣାରେ ସମ୍ପୃକ୍ତ ଚାକର କ୍ରିଷ୍ଣନ୍ ନେପାଳର ହୋଇଥିବାବେଳେ ଅନ୍ୟ ସହଯୋଗୀ ରବି ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି ।

ହତ୍ୟା ଓ ଲୁଟ ପରେ ଉଭୟ ଫେରାର ହେବାକୁ ପ୍ଲାନ୍ କରୁଥିବାବେଳେ ପୋଲିସ ସେମାନଙ୍କୁ ଆନ୍ଧ୍ରପ୍ରଦେଶ ଓଙ୍ଗୋଲରୁ ଗିରଫ କରିବାରେ ସଫଳ ହୋଇଛି । ଶ୍ରୀକାନ୍ତ ଓ ଅନୁରାଧାଙ୍କ ଫୋନ୍ ସୁଇଚ୍ ଅଫ୍ ଆସିବା ପରେ ଆମେରିକାରେ ରହୁଥିବା ତାଙ୍କ ଝିଅ ସର୍ମ୍ପକୀୟଙ୍କୁ ମା’ ବାପାଙ୍କ ବିଷୟରେ ପଚାରି ବୁଝିଥିଲେ । ହେଲେ କାହାଠାରୁ କିଛି ସଠିକ୍ ଉତ୍ତର ନମିଳିବାରୁ ପୋଲିସରେ ଏତଲା ଦେଇଥିଲେ । ପୋଲିସ ପହଞ୍ଚି ଦୁହିଁଙ୍କର ମୃତଦେହ ଠାବ କରିଥିଲା ।