source : Dailyhunt
ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳର କିଛି ସ୍ଥାନରେ ଦେଖିବାକୁ ମିଳୁଛି ଏଭଳି ଘଟଣା । ସ୍କୁଟିରେ ଦୁଇଜଣ ଲୋକ ଆସି ୫ ରୁ ୧୫ ବର୍ଷ ଭିତରେ ଝିଅମାନଙ୍କୁ ବିଭିନ୍ନ କଥା କହି ସାଙ୍ଗରେ ନେଇଯାଉଛନ୍ତି । ଏହାପରେ ଅଚାନକ ଭଲ ଦେଖାଯାଉଥିବା ଦୁଇ ଲୋକ ହଠାତ୍ ସଇତାନ ପାଲଟିଯାଉଛନ୍ତି ଅର୍ଥାତ୍ ଦୁଷ୍କର୍ମ କରିବା ଆରମ୍ଭ କରିଦିଅନ୍ତି ।
ଗଣେଷ ପୂଜା ଅବସରରେ ମୁମ୍ବାଇ ଆନନ୍ଦ ଉଲ୍ଲାସରେ ଫାଟି ପଡୁଥିବା ବେଳେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା । ଗୋଟିଏ କିମ୍ବା ଦୁଇଟି ନୁହଁ ଏହି ସଇତାନଙ୍କ ନଜରରେ ଡଜନରୁ ଅଧିକ ପିଲାଙ୍କ ଜୀବନ ନର୍କ ହୋଇଗଲାଣି । କିଛି ଦିନ ହେଲା ପୋଲିସର ନାକେଦମ୍ କରିଥିବା ଏହି ଦୁଷ୍କର୍ମକାରୀ ବିଭିନ୍ନ କଥା କହି ପିଲାଙ୍କୁ ସାଙ୍ଗରେ ନେଇଯାଉଛନ୍ତି । କେତେବେଳେ ବାପା ଡାକୁଛନ୍ତି କହି ତ ଆଉ କେତେବେଳେ ଭାଇର ଦୂର୍ଘଟଣା ହୋଇଗଲା କହି ଏହି ପିଶାଚ ଛୋଟ ପିଲାଙ୍କୁ ନିଜର ଶିକାର ବନାଉଛନ୍ତି । ତେବେ ସଜାଗ ହୋଇଯାଆନ୍ତୁ ଏଭଳି ଘଟଣା ଆପଣଙ୍କ ସହରରେ ଘଟୁନଥିବ ଏହା କିଲ କହିପାରିବ । ପୋଲିସ୍ ତରଫରୁ ଅପରାଧିଙ୍କୁ ଧରିବା ପାଇଁ ସମ୍ପୁର୍ଣ୍ଣ ପ୍ରୟାସ କରାଯାଉଛି ।
Follow Us
/kanak/media/post_attachments/wp-content/uploads/2018/09/Rape-Child-Minor-Crime-300x169.jpg)