ଦୁଇ ବରିଷ୍ଠ ଆଇପିଏସଙ୍କ କ୍ଷମତାରେ ଚୋଟ । ପୂର୍ବତନ ସରକାରର ପ୍ରଭାବଶାଳୀ ଆଇପିଏସ ଡିଏସ କୁଟ୍ଟେ ଓ ରବିକାନ୍ତ ହେଲେ ଗୃହବିଭାଗର ଓଏସଡି ।

643

କନକ ବ୍ୟୁରୋ: ପୂର୍ବତନ ସରକାରର ପ୍ରଭାବଶାଳୀ ଆଇପିଏସ ଅଧିକାରୀ ଡି.ଏସ କୁଟ୍ଟେଙ୍କ କ୍ଷମତାରେ ଚୋଟ । ତୃତୀୟ ମହଲାରୁ ସେ ଏବେ ଦ୍ୱିତୀୟ ମହଲାଙ୍କୁ ଆସିବେ । ନିଲମ୍ୱିତ ହୋଇଥିବା ଏହି ଅଧିକାରୀଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ଉପରୁ ନିଲମ୍ୱନ ହଟାଇଛନ୍ତି ରାଜ୍ୟ ସରକାର । ନିର୍ବାଚନ ବେଳେ ତାଙ୍କ ବିରୋଧରେ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ ଆସିଥିଲା । ଏହାପରେ ନିର୍ବାଚନ କମିଶନ ତାଙ୍କୁ ନିଲମ୍ୱିତ କରିଥିଲେ । ନୂଆଦିଲ୍ଲୀ ସ୍ଥିତ ଆବାସିକ କମିଶନଙ୍କ କାର୍ଯ୍ୟାଳୟରେ ତାଙ୍କୁ ଯୋଗଦେବାକୁ କୁହାଯାଇଥିଲା ।

କୁଟ୍ଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଥିଲେ । ତତ୍କାଳୀନ ସରକାରରେ ସେ ବେଶ କ୍ଷମତାଶାଳୀ ଥିଲେ । ପୂର୍ବରୁ ତାଙ୍କ ଉପରୁ ସର୍ତ୍ତମୂଳକ ଭାବେ ନିଲମ୍ୱନ ହଟାଇବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ମେ ୨୮ ତାରିଖ ନିର୍ଦ୍ଦେଶରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କୁଟ୍ଟେଙ୍କ ଉପରୁ ନିଲମ୍ୱନ ହଟିଛି । ତେବେ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଏହାସହ ଗୃହ ବିଭାଗରେ ଓଏସଡିଙ୍କ ସଂଖ୍ୟା ବଢି ୫ରେ ପଂହଚିଛି । ପୂର୍ବରୁ ଆଶିଷ ସିଂ ଓଏସଡି ହୋଇଥିଲେ । ଆଜି ଆପିଏଏସ ରବିକାନ୍ତ ବି ଓସଡି ଭାବେ ନିଯୁକ୍ତି ପାଇଛନ୍ତି । ଏହାଛଡା ଆଇପିଏସ ଋତୁ ଆରୋର ଓ ଏଏମନରବଣେ ବି ଗୃହ ବିଭାଗର ଓଏସଡି ଅଛନ୍ତି ।