ପୁଣି ଜନନୀ ଯନ୍ତ୍ରଣା; ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ୨ କିଲୋମିଟର ଚାଲି ଚାଲି ଗଲେ ଜଣେ ପ୍ରସୂତୀ ଓ ଗର୍ଭବତୀ ।

110

କନକ ବ୍ୟୁରୋ: ଉପାନ୍ତରେ ପୁଣି ସାମ୍ନାକୁ ଆସିଛି ଯନନୀ ଯନ୍ତ୍ରଣାର ଚିତ୍ର । ଏଠି ଜଣେ ନୁହେଁ ଦୁଇ ଦୁଇ ଜଣ ମହିଳାଙ୍କୁ କଷ୍ଟ ସହିବାକୁ ପଡ଼ିଛି । ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଦୁଇ କିଲୋମିଟର ଚାଲି ଚାଲି ଯାଇଛନ୍ତି ଜଣେ ପ୍ରସୂତୀ ଓ ଜଣେ ଗର୍ଭବତୀ । ନବରଙ୍ଗପୁର ଝରିଗାଁ ବ୍ଳକ ରଣ୍ଢାସାହି ଗାଁର ଏହି ଘଟଣା ବିକାଶର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି ।

ଗାଁର ଦେବ ସାନ୍ତାଙ୍କ ପତ୍ନୀ ନନ୍ଦାଇ ସାନ୍ତା ଏବଂ ବଳି ସାନ୍ତାଙ୍କ ପତ୍ନୀ ଗୁରୁବାରୀ ସାନ୍ତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ଡକାଇଥିଲେ ଗ୍ରାମବାସୀ କିନ୍ତୁ ରାସ୍ତା ନଥିବାରୁ ଗାଁଠାରୁ ଦୁଇ କିଲୋମିଟର ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ । ତେବେ ଦୁଇଜଣଙ୍କ ମଧ୍ୟରୁ ନନ୍ଦାଇ ସାନ୍ତାଙ୍କର ଘରେ ପ୍ରସବ ହୋଇଯାଇଥିଲା । ପରେ ଗାଁର କିଛି ମହିଳା ଉଭୟଙ୍କୁ ଜମି ହୁଡ଼ାରେ ଚଲାଇ ଚଲାଇ ଆମ୍ବୁଲାନ୍ସ ଯାଏ ନେଇଥିଲେ । ପରେ ଉଭୟଙ୍କୁ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।