ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର: ଗଞ୍ଜାମର ୨ ପଜିଟିଭ ସୁରତ ଫେରନ୍ତା…ଦୁଇ ଜଣ ପୁରୁଷ, ସେମାନଙ୍କ ବୟସ ୧୭ ଓ ୨୨ ବର୍ଷ; ଝାରସୁଗୁଡା ଆକ୍ରାନ୍ତ ଜଣେ ୪୦ ବର୍ଷୀୟା ମହିଳା

2,557

କନକ ବ୍ୟୁରୋ: ଆଜି ଚିହ୍ନଟ ହୋଇଥିବା ନୂଆ ୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାର ଦୁଇ ଜଣ ରହିଥିବା ବେଳେ ଜଣେ ଝାରସୁଗୁଡା ଜିଲ୍ଲାର । ତେବେ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ଜଣଙ୍କର ବୟସ ୧୭ ବର୍ଷ ରହିଛି ଏବଂ ଅନ୍ୟ ଜଣେ ୨୨ ବର୍ଷୀୟ ଯୁବକ ଅଛନ୍ତି ।

ବଡ କଥା ହେଉଛି ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ସୁରତରୁ ଫେରିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ । ଏବଂ ଏମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା ।

ଅନ୍ୟପଟେ ଝାରସୁଗୁଡାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ରହିଛନ୍ତି ଜଣେ ୪୦ ବର୍ଷୀୟା ମହିଳା । ଏବଂ ସେ ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସ୍ପଷ୍ଟ କରିଛନ୍ତି ସରକାର । ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କର ଗସ୍ତ ଇତିହାସ ଓ କଂଟାକ୍ଟ ଟ୍ରେସିଂ ଖୋଜିବା ଆରମ୍ଭ ହୋଇଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦କୁ ଛୁଇଁଛି ।  ଏଯାଏଁ ୩୮ ହଜାର ୬୫୮ ନମୂନା ପରୀକ୍ଷା ହୋଇଛି । ଗତକାଲି ଗୋଟିଏ ଦିନରେ ୨ ହଜାର ୬୫ଟି ପରୀକ୍ଷା ହୋଇଥିଲା । ୧୦୨ ସକ୍ରିୟ ସଂକ୍ରମିତ ଥିବା ବେଳେ ୫୬ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟର ୧୬ ଜିଲ୍ଳାକୁ ବ୍ୟାପିଲାଣି କରୋନା ।