କନକ ବ୍ୟୁରୋ: ବଲାଙ୍ଗୀରକୁ ବ୍ୟାପିଲା କରୋନା । ପ୍ରଥମ ଥର ପାଇଁ ବଲାଙ୍ଗୀର ଜିଲ୍ଲାରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଯୁବକ ତାମିଲନାଡୁରୁ ଆସଥିଲେ । ଆକ୍ରାନ୍ତ ବୟସ ହେଉଛି ୧୮ ଓ ୨୨ ବର୍ଷ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି ପାଇଛି । ଆଜି ସକାଳୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଂଚଳର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । । ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୫୮ ବର୍ଷ ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଟୁଇଟ କରି ସୂଚନା ଦେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆକ୍ରାନ୍ତ ବ୍ୟକ୍ତି ଜଣକ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ଖୋଳତାଡ କରାଯାଉଛି । ଏହାକୁ ମିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ଛୁଇଁଛି ।
2nd Health Update, 1st May, 2020
Two Positive Cases in Bolangir, Lekharia Village.
22 yrs Male & 18 yrs Male
(Returned from Tamil Nadu)Contact tracing and follow-up action is being done.
Total Positive Cases: 145
— I & PR Department, Odisha (@IPR_Odisha) May 1, 2020
ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ସକାଳେ ବାଲେଶ୍ୱର ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ରାଜ୍ୟରେ ପୁଣି ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ଚିହ୍ନଟ ହୋଇଥିବା ଏହି ଦୁଇ ନୂଆ ଆକ୍ରାନ୍ତ ବଲାଙ୍ଗୀର ଜିଲ୍ଲାର ଲେଖାରିଆ ଗାଁର ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି । ସକାଳେ ଚିହ୍ନଟ ହୋଇଥିବା ସଂକ୍ରମିତ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଂଚଳର ହୋଇଥିବା ବେଳେ ତାଙ୍କ ବୟସ ରହିଛି ୫୮ ବର୍ଷ ଏବଂ ସେ ପଶ୍ଚିମବଙ୍ଗଫେରନ୍ତା ବୋଲି ଟୁଇଟ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ରାଜ୍ୟରେ ଆଜି ଚିହ୍ନଟ ନୂଆ ସଂକ୍ରମିତମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ଖୋଳତାଡ କରାଯାଉଛି ।
First Health Update, 1st May, 2020
One New Positive in Balasore
58 yrs Male(Kolkata returnee. Asymptomatic)
Contact tracing and follow-up action is being done.Total positive cases-143
— I & PR Department, Odisha (@IPR_Odisha) May 1, 2020
ରାଜ୍ୟରେ ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୪୧ ଜଣ ସୁସ୍ଥ ହୋଇଥିବା ବେଳେ ଓଡିଶାରେ ୧୦୩ ଆକ୍ଟିଭ କେସ ରହିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ପ୍ରତିଶତ ସଂକ୍ରମିତଙ୍କ ଠାରେ କରୋନା ଲକ୍ଷଣ ଥିବା ବେଳେ ୮୫ ପ୍ରତିଶତଙ୍କ ପାଖରେ କରୋନା ଲକ୍ଷଣ ଠାବ ହୋଇନାହିଁ ।