କନକ ବ୍ୟୁରୋ: ଖବର ବାଜିଲା କାର୍ଯ୍ୟାନୁଷ୍ଠାନ ହେଲା । ଥାନା ଭିତରେ ଓକିଲଙ୍କୁ ଚାପୁଡ଼ା ପୋଲିସ ବାବୁ ଚାପୁଡ଼ା ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନୟାପଲ୍ଲୀ ପୋଲିସ ଷ୍ଟେସନର ଏଏସଆଇ ବି.କେ ବାର୍ଲାଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ସୋର ପୋଲିସ ଷ୍ଟେସନର ଏସଆଇ ସିଏସ ମହାନ୍ତିଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

Advertisment

ଗତ ଜୁଲାଇ ୪ ତାରିଖରେ ବାଲେଶ୍ୱର ସୋର ପୋଲିସ ଓ ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ କୌଣସି କାରଣ ନଥାଇ ଜଣେ ଆଇନଜୀବୀ ଧୀରେନ୍ଦ୍ର ସାହୁଙ୍କୁ କଲେଜ ଛକ ସ୍ଥିତ ତାଙ୍କ ଭଡ଼ା ଘରୁ ଉଠାଇ ନେଇଥିଲା । ଥାନରେ ନିସ୍ତୁକ ମାରିବା ଫଳରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ତେବେ ପୁଣି ମୁହଁରେ ପାଣି ଛାଟି ଚେତା ଫେରାଇବା ପରେ ମାଡ଼ ମାରିଥିଲା ପୋଲିସ ।

୧୨ଘଂଟା ଧରି ଥାନା ଭିତରେ ଅଟକ ରଖିବା ସହ ପୋଲିସ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ମାଡ଼ର ପୁରା ସତ ଥାନରେ ଲାଗିଥିବା ସିସିଟିଭରେ କଏଦ ହୋଇଛି । ଆଇନଜୀବୀ ଧୀରେନ୍ଦ୍ର ସାହୁଙ୍କୁ ମାଡ଼ ପ୍ରତିବାଦରେ ୯ ଦିନ ହେବ ଧାରଣାରେ ବସି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଓକିଲ ସଂଘ ।