କାଲିଠାରୁ ହେବ ଟୁ ପ୍ଲସ୍ ଟୁ ଭାରତ-ଆମେରିକା ମନ୍ତ୍ରୀ ସ୍ତରୀୟ ବୈଠକ: ଆଲୋଚନା ପାଇଁ ଦେଶରେ ପହଁଚିଲେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍ ଅଷ୍ଟିନ୍

198

କନକ ବ୍ୟୁରୋ: ଶୁକ୍ରବାର ଭାରତ – ଆମେରିକା ମଧ୍ୟ ଟୁ ପ୍ଲସ୍ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ଆରମ୍ଭ ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ବୈଠକରେ ଆଲୋଚନା କରିବେ ଦୁଇ ଦେଶର ମନ୍ତ୍ରୀ । ଏହି ବୈଠକରେ ଚାଇନା, ରୁଷିଆ ସମେତ ଇସ୍ରାଏଲ-ହମାସ ଯୁଦ୍ଧ ବିଷୟରେ ବି ଆଲୋଚନା ହେବାର ଏଜେଂଣ୍ଡା ରହିଛି । ଏହା ସହ କାନାଡା ସହ କୂଟନୈତି ବିବାଦ ବିଷୟରେ ବି ଏହି ବୈଠକରେ ଆଲୋଚନା ହେବ । ଇଣ୍ଡିଆ-ଆମେରିକା ଟୁ ପ୍ଲସ୍ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ପାଇଁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍ ଅଷ୍ଟିନ୍ ଭାରତରେ ପହଁଚି ସାରିଲେଣି । ଶୁକ୍ରବାର ଆଂଟୋନି ବ୍ଲିଙ୍କେନ୍ ଭାରତରେ ପଂହଚିବେ । ଏମାନଙ୍କ ସହ ବୈଠକ କରିବେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ।