କନକ ବ୍ୟୁରୋ: କ୍ରୀଡା ମଇଦାନରେ ହାଇଡ୍ରାମା । ଖେଳ ପଡିଆରେ କଡା ସଂଘର୍ଷ ଭିତରେ ଖେଳାଳି ହେଲେ ହାତାହାତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବରମିଙ୍ଗହମରେ ଚାଲିଥିବା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡା ମଇଦାନରେ ।

Advertisment

ଇଂଲଣ୍ଡ ଓ କାନାଡା ମଧ୍ୟରେ ଏହି ମୁକାବିଲାରେ ଦୁଇ ଦଳ ମଧ୍ୟରେ ଆକ୍ରମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା । ମ୍ୟାଚ୍ ସମୟରେ କାନାଡାର ବଲରାଜ ପାନେସରଙ୍କ ହକି ଷ୍ଟିକ୍ ଇଂଲଣ୍ଡର ଗ୍ରିଫିଥଙ୍କ ହାତରେ ଫସି ଯାଇଥିଲା । ଏଥିରେ ରାଗିଯାଇ ଇଂଲଣ୍ଡର ଖେଳାଳି କାନାଡାର ଖେଳାଳିଙ୍କୁ ଧକ୍କା ମାରିଥିଲେ । ପାନେସ ଗ୍ରିଫିଥଙ୍କ ଏପରି ବ୍ୟବହାର ଦେଖି ରାଗିଯାଇଥିଲେ ଏବଂ ଇଂଲଣ୍ଡ ଖେଳାଳିଙ୍କ ବେକ ଧରି ଠେଲି ଠେଲି ନେଇଥିଲେ । ଏହାପରେ ଦୁଇ ଖେଳାଳି ପରସ୍ପରର ଜର୍ସି ଟାଣିଥିଲେ । ଦୁଇ ଖେଳାଳିଙ୍କ ନିନ୍ଦନୀୟ ବ୍ୟବହାର ପରେ ରେଫର ବଲରାଜ ପାନେସରଙ୍କୁ ରେଡ୍ କାର୍ଡ ଦେଖାଇ ବାହାରକୁ ପଠାଇ ଦେଇଥିଲେ । କ୍ରିସ୍ ଗ୍ରିଫିଥଙ୍କୁ ୟେଲୋ କାର୍ଡ ସହିତ ଚେତାବନୀ ଦେଇଥିଲେ ।