କନକ ବ୍ୟୁରୋ : ଟୋକିଓରେ ଭାରତର ଟେକ ରଖିଛି ପୁରୁଷ ହକି ଦଳ । ଏହି ଐତିହାସିକ ମୁହୁର୍ତର ସାକ୍ଷୀ ପାଲଟିଛି ସାରା ଦେଶ । ଟିଭି ଆଗରେ ବସି ଖେଳ ଦେଖୁଥିବା ଦର୍ଶକଙ୍କ ଠାରୁ ଆରମ୍ଭ କରି ହକିକୁ ଭଲ ପାଉଥିବା କ୍ରୀଡାପ୍ରେମୀଙ୍କୁ ଏହି ସଫଳତା ବେଶ ଆନନ୍ଦ ଆଣିଦେଇଛି । ତେବେ ଭାରତର ଏହି ଐତିହାସିକ ସଫଳତାରେ ରହିଛି ଦୁଇ ଓଡ଼ିଆ ଖେଳାଳିଙ୍କ ବିଶେଷ ଅବଦାନ ।

Advertisment

ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କ ପରିବାରକୁ ନବୀନ ନିବାସ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ଐତିହାସିକ ବିଜୟ ପରେ ଦୁଇ ପରିବାର ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସରେ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ ପୁଅ ପାଇଁ ଓଡ଼ିଶା ସହ ସାରା ଦେଶ ଗର୍ବିତ । ଦୁଇ ଖେଳାଳିଙ୍କୁ ନବୀନ ନିବାସ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି । ପୁଅ ସହ ନବୀନ ନିବାସ ଆସିବା ପାଇଁ ପରିବାର ସଦସ୍ୟଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।