କନକ ବ୍ୟୁରୋ: ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ହେବା ପରେ ଦୁଇଟି ବଡ଼ ଘଟଣା ଘଟିଛି । ରଥଯାତ୍ରା ପାଇଁ ମଝିରେ ମାତ୍ର ୩ ଦିନ ସମୟ ଥିବା ବେଳେ ସୁପ୍ରିମକୋର୍ଟକୁ ଭକ୍ତମାନେ ଯାଇଛନ୍ତି, ଶେଷ ମୁହୁର୍ତ୍ତରେ ବାଟ ଖୋଜୁଛନ୍ତି ରଥଯାତ୍ରା କରାଇବା ପାଇଁ ଭକ୍ତ । ଯଦିଓ ଏଥିନେଇ ଅଧିକ ଆଶା କରାଯାଉନାହିଁ । ଏପର୍ଯ୍ୟନ୍ତ ଦୁଇଟି ମାମଲା ସୁପ୍ରିମକୋର୍ଟରେ ପହଂଚିଛି । ଗୋଟିଏ ପିଟିସନ୍ ନୟାଗଡ଼ର ଜଣେ ମୁସଲିମ୍ ଯୁବକ ଅଫତାବ୍ ହୁସେନ । ଏହି ଯୁବକ ମୁସଲିମ୍ ହେଲେ ବି ଜଗନ୍ନାଥ ଭକ୍ତ । ତାଙ୍କ ଘରେ ଜଗନ୍ନାଥ ପ୍ରତି ରହିଥିବା ଭକ୍ତିର ପ୍ରମାଣ ଦେଖିପାରିବେ ।
/kanak/media/post_attachments/wp-content/uploads/2020/06/18-13-1024x576.jpg) ଦ୍ୱିତୀୟ ପିଟିସିନ୍ ଜଗନ୍ନାଥ ସଂସ୍କୃତି ଜନଜଗରଣ ମଂଚ କରିଛି । ସୁପ୍ରିମକୋର୍ଟ ପୁର୍ନର ବିଚାର କରିବା ପାଇଁ ଦୁଇଟି ଯାକ ପିଟିସନ୍ ଦାଖଲ କରାଯାଇଛି । ହେଲେ ରଥଯାତ୍ରା ହେବା ନେଇ ଆଶା କମ ରହିଛି । କାରଣ ହାତରେ ଅତି କମ ସମୟ ରହିଛି । ଦ୍ୱିତୀୟ ଘଟଣାଟି ପୁରୀରେ ଘଟିଛି, ଯେତେବେଳେ ଗଜପତି ମହାରାଜ ରଥଯାତ୍ରା ଦିନ ଶ୍ରୀମନ୍ଦିର ଭିତରେ କିଭଳି ବିଧିରକ୍ଷା କରାଯାଇ ପୂଜା ଆୟୋଜନ ନେଇ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି । ଛତିଶା ନିଯୋଗ ସହ ମଧ୍ୟ ବୈଠକ ହେବ । ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରାଯିବ ।
ଦ୍ୱିତୀୟ ପିଟିସିନ୍ ଜଗନ୍ନାଥ ସଂସ୍କୃତି ଜନଜଗରଣ ମଂଚ କରିଛି । ସୁପ୍ରିମକୋର୍ଟ ପୁର୍ନର ବିଚାର କରିବା ପାଇଁ ଦୁଇଟି ଯାକ ପିଟିସନ୍ ଦାଖଲ କରାଯାଇଛି । ହେଲେ ରଥଯାତ୍ରା ହେବା ନେଇ ଆଶା କମ ରହିଛି । କାରଣ ହାତରେ ଅତି କମ ସମୟ ରହିଛି । ଦ୍ୱିତୀୟ ଘଟଣାଟି ପୁରୀରେ ଘଟିଛି, ଯେତେବେଳେ ଗଜପତି ମହାରାଜ ରଥଯାତ୍ରା ଦିନ ଶ୍ରୀମନ୍ଦିର ଭିତରେ କିଭଳି ବିଧିରକ୍ଷା କରାଯାଇ ପୂଜା ଆୟୋଜନ ନେଇ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି । ଛତିଶା ନିଯୋଗ ସହ ମଧ୍ୟ ବୈଠକ ହେବ । ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରାଯିବ ।
/kanak/media/post_attachments/wp-content/uploads/2020/06/3-24-1024x576.jpg) ଏବେ ପ୍ରଶ୍ନ ଉଠୁଛି ଏସବୁ ଭିତରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି- ରଥଯାତ୍ରା ନୀତି ମନ୍ଦିର ଭିତରେ କେମିତି ହେବ? ଆଉ କେଉଁ ଭଳି ଭାବରେ ଶ୍ରୀମନ୍ଦିରର ସତ୍ୱଲିପି ବାହରେ ନିଷ୍ପତି ନିଆଯାଇ, ମହାପ୍ରଭୁଙ୍କୁ ରତ୍ନବେଦୀକୁ ଫେରାଇ ନିଆଯିବ ।
ଏବେ ପ୍ରଶ୍ନ ଉଠୁଛି ଏସବୁ ଭିତରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି- ରଥଯାତ୍ରା ନୀତି ମନ୍ଦିର ଭିତରେ କେମିତି ହେବ? ଆଉ କେଉଁ ଭଳି ଭାବରେ ଶ୍ରୀମନ୍ଦିରର ସତ୍ୱଲିପି ବାହରେ ନିଷ୍ପତି ନିଆଯାଇ, ମହାପ୍ରଭୁଙ୍କୁ ରତ୍ନବେଦୀକୁ ଫେରାଇ ନିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/23-9.jpg)