କନକ ବ୍ୟୁରୋ : ଚୌଦ୍ୱାର ଟାଙ୍ଗୀ ବ୍ଲକ ବଡ଼ସାମନ୍ତରାପୁର ପଞ୍ଚାୟତରେ ରାଜନୈତିକ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କଥା କଟାକଟିରୁ ଆରମ୍ଭ ହୋଇଥିବା ବିବାଦ ଉଗ୍ରରୂପ ନେଇଥିଲା । ଏନେଇ ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି । ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗାଁରେ ଏବେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ଟାଙ୍ଗୀ ବଡସାମନ୍ତରାପୁର ପଞ୍ଚାୟତରେ ରାଜନୈତିକ ହିଂସା । ୨ ଗୋଷ୍ଠୀଙ୍କ ସଂଘର୍ଷ ଯୋଗୁଁ ୪ଜଣ ଗୁରୁତର ଆହତ, ମେଡିକାଲରେ ଭର୍ତ୍ତି
/kanak/media/post_attachments/wp-content/uploads/2022/02/18-26.jpg)