ଲଗାଣ ବର୍ଷା ଫଳରେ ଓଡିଶାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି । ୨ଜଣଙ୍କ ମୃତ୍ୟୁ, ମାଲକାନଗିରିରେ ସର୍ବାଧିକ ୧୦୦ ମିଲିମିଟର ବର୍ଷା ।  ବରଗଡ, ସମ୍ବଲପୁର, ବଲାଙ୍ଗୀରରେ ବି ପ୍ରବଳ ବର୍ଷା…

167

କନକ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୨.୭ ମିଲିମିଟର ବର୍ଷା ହୋଇଛି । ଏସଆରସି ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି । ମାଲକାନଗିରିରେ ସର୍ବାଧିକ ୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବୌଦ୍ଦରେ ୯୭ ମିଲିମିଟର, ବରଗଡରେ ୯୫ ମିଲିମିଟର, ସମ୍ବଲପୁରରେ ୮୫ମିଲିମିଟର, ବଲାଙ୍ଗିରରେ ୭୩ ମିଲିମିଟର ଏବଂ ଦେବଗଡରେ ୭୦ ମିଲିମିଟର ବର୍ଷା ହୋଇଛି ।

ଯଦି ବ୍ଲକ ହିସାବରେ ଦେଖାଯାଏ ତେବେ ବରଗଡର ପଦ୍ମପୁର ବ୍ଲକରେ ଗତ ୨୪ ଘଂଟା ମଧ୍ୟରେ ୨୪୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୬ଟି ଜିଲ୍ଲାରେ ୨୫ ମିଲିମିଟର ବର୍ଷା ହୋଇଛି । ବର୍ଷା ଯୋଗୁଁ ବଲାଙ୍ଗିରର ପାଟନାଗଡରେ କାନ୍ଥ ଭୁଶୁଡିବା କାରଣରୁ ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି ।