କନକ ବ୍ୟୁରୋ :ବଜ୍ରାଘାତରେ ଚାଲି ଗଲା ୨ ଜଣଙ୍କ ଜୀବନ । ବାଙ୍କୀ ଡମପଡା ବ୍ଲକ ଦୁଲଣାପୁର ଗାଁରେ ବଜ୍ରଘାତରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିଥିଲା । ତୁରନ୍ତ ସେମାନଙ୍କୁ ବାଙ୍କୀ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ମୃତକ ଦୁଇଜଣ ସେହି ଗାଁର ଗତିକୃଷ୍ଣ ପରିଡା ଓ ରମେଶ ସାହୁ ବୋଲି ଜଣାପଡିଛି । ସେପଟେ ୪ଜଣ ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/LIGHTING-uup.jpg)