କନକ ବ୍ୟୁରୋ: ଝାନ୍ସି ଚୀରଗାଓଁରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଭୀଷଣ ନିଆଁ ଲାଗି ୨ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଡ୍ରାଇଭରକୁ ନିଦ ଲାଗିବାରୁ ଟ୍ରକଟି ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ଟ୍ରକରେ ଧକ୍କା ହୋଇଥିଲା । ଫଳରେ ଦୁଇଟିଯାକ ଟ୍ରକରେ ନିଆଁ ଲାଗିଯାଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ।

Advertisment

ନିଆଁ ଲାଗିବା କ୍ଷଣି ଗୋଟିଏ ଟ୍ରକର ଡ୍ରାଇଭର ଓ କ୍ଲିନର ଡେଇପଡିଥିବା ବେଳେ ଅନ୍ୟ ଟ୍ରକରେ ଥିବା ୨ ଯୁବକ କିନ୍ତୁ ବାହାରି ପାରିନଥିଲେ । ଫଳରେ ଟ୍ରକ ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରରାଇଥିବା ଜଣାପଡିଛି ।