କନକ ବ୍ୟୁରୋ: ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ନାଁରେ ଠକେଇ ହୋଇଥିବା ଅଭିଯୋଗ । ତାଙ୍କ ଫଟୋ ଓ ନାଁ ବ୍ୟବହାର କରି ଫେକ୍ ଆକାଉଂଟ ଖୋଲାଯାଇ ଫେସବୁକ ଓ ପବ୍-ଜି ଆକାଉଂଟ କରି ଟଙ୍କା ମାଗିବା ଅଭିଯୋଗରେ ୨ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ନିଜକୁ ମଂଟୁ ଛୁରିଆଙ୍କ ପରିଚୟ ଦେଇ ଟଙ୍କା ମାଗୁଥିଲେ । ତେବେ ମଂଟୁ ଛୁରିଆଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ୨ଜଣଙ୍କୁ ଗିରଫ କରିଛି । ଏହାସହ ଏଭଳି ଫେକ ଆକାଉଂଟରୁ ଦୂରେଇ ରହିବା ପାଇଁ ମଂଟୁ ନିଜେ ମଧ୍ୟ ଅପିଲ କରିଛନ୍ତି ।