ଉତ୍ତରପ୍ରଦେଶ ପୋଲିସର ସ୍ପେସାଲ ଟାକ୍ସ ଫୋର୍ସ ନକଲି ନୋଟ ଛାପୁଥିବା ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିଛି । ପୋଲିସ ଦୁଇ ସଦସ୍ୟଙ୍କୁ ଗିରଫ କରିବା ସହିତ ହଜାର ଟଙ୍କିଆ ନକଲି ନୋଟ, ସ୍କାନର ଏବଂ ପ୍ରିଣ୍ଟର ଜବତ କରିଛି ।
ଏସଟିଏଫ ସୁତ୍ରରୁ ଜଣାପଡିଛି କି, ଗତ ଶନିବାର ଦିନ ନକଲି ନୋଟ ତିଆରି ହେଉଥିବା ନେଇ ସୂଚନା ମିଳିବା ପରେ ଏସଟିଏଫର ଏକ ଟିମ ଚିନହଟ ଥାନା କ୍ଷେତ୍ର ସ୍ଥିତ ଦେବା ମାର୍ଗରେ ରାୟ ଇଂକ୍ଲେବ ଗେଟ ପାକରେ ଦେଶରାଜ ଯାଦବ ଏବଂ ରାମରତନ ସର୍ମା ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହିତ ପୋଲିସ ୮୭୦୦ ଟଙ୍କାର ଜାଲ ନୋଟ, ସ୍କାନର ଏବଂ ପ୍ରଣ୍ଟର ଜବତ କରିଛି ।
ତେବେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ ପଚରା ଉଚରା ପାଇଁ ନିଜ ଅଧିନକୁ ନେଇଥିଲା । ପରେ ପଚରା ଉଚରା ସମୟରେ ମୁଖ୍ୟ ଅଭିଯୁକ୍ତ ପୋଲିସକୁ କହିଥିଲା କି, ସେ ପ୍ରଥମେ ତାର ଏକ ପ୍ରେସ ଖୋଲିଥିଲା । ପ୍ରେସରେ ସେ ପ୍ରଥମେ ବାହାଘର କାର୍ଡ ଏବଂ ଅନ୍ୟାନ୍ୟ କାର୍ଡ ମାନ ଛାପିବାର କାମ କରୁଥିଲା । ପରେ କାର୍ଡ ଛାପୁ ଛାପୁ ନକଲି ନୋଟ ଛାପିବାର ଉପାୟ ପତା ଲଗାଇ ଜାଲ ନୋଟ ଛାପିବାର କାମ ଆରମ୍ଭ କରିଦେଇଥିଲା । ଗତ ଏକ ବର୍ଷ ହେବ ଅଭିଯୁକ୍ତ ଜଣକ ନକଲି ନୋଟ ଛାପିବା କାରବାର କରିଆସୁଥିଲା । ଗତ ଏକ ବର୍ଷ ମଧ୍ୟରେ ଦୁଇ ଅଭିଯୁକ୍ତ ପ୍ରାୟ ୯ ଲକ୍ଷ ଟଙ୍କାର ନକଲି ନୋଟ ଛାପି ବଜାରକୁ ଚାଲାଣ କରିଥିବା କଥା ଏସିଡିଏଫଙ୍କ ଆଗରେ ସ୍ୱିକାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/money.jpg)
/kanak/media/post_attachments/wp-content/uploads/2018/09/Indian.jpg)