କନକ ବ୍ୟୁରୋ : ପୋଲସରା ନିକଟ ପୋକସୁଙ୍ଗା ଜଙ୍ଗଲରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ଦୁଇଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଜଣଙ୍କର ମୁଣ୍ଡ ଓ ଅନ୍ୟ ଜଣଙ୍କ ଦେହରେ ଗୁଳି ବାଜିଛି । ଏହି ଦୁଇଜଣ ବ୍ୟକ୍ତି ଜଙ୍ଗଲକୁ ଯାଇଥିବା ବେଳେ ସେମାନଙ୍କ ଊପରେ ଗୁଳିମାଡ ହୋଇଛି । ଏନେଇ ସ୍ଥାନୀୟ ଲୋକ ଦୁଇଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ବୁଗୁଡା ପୋଲିସ ତରଫରୁ ତଦନ୍ତ ଆରମ୍ଭ ହୋଇଛି ।
ସେପଟେ ଜଙ୍ଗଲ ଭିତରେ ଏହି ଦୁଇଜଣଙ୍କ ଉପରକୁ କିଏ ଗୁଳି ଚଳାଇଲା ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପରବର୍ତ୍ତୀ ହିଂସା ଜାରି ରହିଥିବାରୁ ଏହି ଗୁଳିକାଣ୍ଡ ପଛପରେ ରାଜନୈତିକ ଶତ୍ରୁତା ଥାଇପାରେ ବୋଲି ଅନୁମାନ କରାଯାଉଛି । ଗୁଳିମାଡରେ ଗୁରୁତର ହୋଇଥିବା ଦୁଇ ବ୍ୟକ୍ତିଙ୍କ ନାମ ହେଉଛି ଅବକାଶ ଜାନୀ ଓ ରଘୁନାଥ ଜାନୀ । ସେମାନେ ଜଙ୍ଗଲକୁ କାଜୁ ତୋଳିବାକୁ ଯାଇଥିବା ବେଳେ ସେମାନଙ୍କ ଉପରକୁ ଅଜଣା ବ୍ୟକ୍ତି ଗୁଳି ଚଳାଇଥିଲେ । ହେଲେ ଏହି ଗୁଳିକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ନା କାଜୁ ତୋଳିବା ନେଇ ଏଭଳି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/Capture-37.jpg)