ଗିରଫ ହୋଇଥିବା ଓଡିଆ ସାମ୍ବାଦିକାଙ୍କ ସହ ୨ ଜଣଙ୍କୁ ମିଳିଲା ଜାମିନ: ତ୍ରିପୁରାରେ ଗିରଫ କରିଥିଲା ପୋଲିସ

201

କନକ ବ୍ୟୁରୋ: ତ୍ରିପୁରାରରେ ଗିରଫ ଦୁଇ ସାମ୍ବାଦିକଙ୍କୁ ଜାମିନ ମିଳିଛି । ସାଂପ୍ରଦାୟିକ ଉତେଜନା ସଂପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ପୋଲିସ ଦୁଇ ସାମ୍ବାଦିକଙ୍କୁ ପୋଲିସ ଗିରଫ କରିଥିଲା । ଏମାନେ ହେଲେ ଝାରସୁଗୁଡାର ସାମ୍ବାଦିକା ସମ୍ରିଦ୍ଧି କେ. ସକୁନିଆ ଏବଂ ଅନ୍ୟଜଣେ ସାମ୍ବାଦିକା ସ୍ୱର୍ଣ୍ଣ ଝା । ତେବେ ସାଂପ୍ରଦାୟିକ ହିଂସା ବେଳେ ମସଜିଦ ଓ ମୁସଲମାନଙ୍କ ସଂପତି ନଷ୍ଟ ଭଳି କିଛି ଭିଡିଓ ଏମାନେ ଟ୍ୱିଟ କରିଥିବା ଅଭିଯୋଗ ରହିଛି ।

କୁହାଯାଉଛି ଏକ ସ୍ଥାନୀୟ ହିନ୍ଦୁ ସଂଗଠନର ଅଭିଯୋଗ ଆଧାରରେ ଦୁଇ ସାମ୍ବାଦିକାଙ୍କୁ ଗିରଫ କରିଥିଲା ତ୍ରିପୁରା ପୋଲିସ । ଶନିବାର ଏମାନେ ରହୁଥିବା ହୋଟେଲରେ ପ୍ରଥମେ ଅଟକ ରଖିଥିଲା ପୋଲିସ । ପରେ ରବିବାର ଛାଡି ଦେଇଥିଲେ ମଧ୍ୟ ପୁଣି ଆସାମରେ ଉଭୟଙ୍କୁ ଅଟକ ରଖି ତ୍ରିପୁରା ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ହେଲେ ତ୍ରିପୁରା ପୋଲିସର ପଦକ୍ଷେପକୁ ନିନ୍ଦା କରିଛି ଏମାନେ କାମ କରୁଥିବା ସଂସ୍ଥା ଏଚଡବ୍ଲୁ ନ୍ୟୁଜ ନେଟୱର୍କ । ଦୁଇ ସାମ୍ବାଦିକା କେବଳ ଘଟଣା ସଂପର୍କରେ ରିପୋର୍ଟିଂ କରୁଥିଲେ ବୋଲି ସଂସ୍ଥା କହିଛି । ଏହାପରେ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଏମାନଙ୍କ ଗିରଫଦାରିକୁ ନିନ୍ଦା କରାଯାଇଛି ।