କନକ ବ୍ୟୁରୋ: ପ୍ରଥମେ ଅପହରଣ, ତା ପରେ ହତ୍ୟା । ତାହା ପୁଣି ଏମିତି ସେମିତି ନୁହେଁ ,କାର ଭିତରେ ଭର୍ତ୍ତି କରି ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ ।ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଭରତପୁରରେ । ୨ ଜଣ ଯୁବକଙ୍କୁ ଅପହରଣ କରିେଇ କାର ଭିତରେ ଜିଅନ୍ତା ଜାଳିଦେବା ଘଟଣା ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।

Advertisment

ସକାଳୁ କାର ଭିତରେ ଦୁଇଟି କଙ୍କାଳ ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ଏ ଘଟଣାର ଯାଞ୍ଚ କରିବା ପରେ ପୁଲିସ ଯାହା ତଥ୍ୟ ପାଇଥିଲା ତାହା ହୋସ୍ ଉଡାଇଦେଇଥିଲା । ପ୍ରାଣ ହରାଇଥିବା ୨ ଜଣ ଯୁବକଙ୍କୁ ପ୍ରଥମେ ଅପହରଣ କରିନେବା ପରେ ସେମାନଙ୍କୁ ଏକ କାର ଭିତରେ ପୁରାଇ ଜିଅନ୍ତା ପୋଡିଦିଆଯାଇଥିଲା । ତେବେ ମୃତ ମଧ୍ୟରୁ ଜଣଙ୍କ ନାଁରେ ଲୁଟତରାଜ ମାମଲା ରହିଥିବା ଜଣାପଡିଛି ।