କନକ ବ୍ୟୁରୋ : ପଥର ବ୍ଲାଷ୍ଟିଙ୍ଗ ବେଳେ ଅଘଟଣ । ପଥର ତଳେ ଚାପି ଜୀବନ ହରାଇଲେ ୨ ଶ୍ରମିକ । ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡ଼ା କ୍ରସର ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଦୁଇ ଶ୍ରମିକ ହେଲେ ମାମୁଁ, ଭଣଜା । ମୃତକଙ୍କ ଘର ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଝରେଡ଼ି ରାଧା ଗୋବିନ୍ଦପୁର ଗାଁରେ । ଶୁକ୍ରବାର ଦିନ କ୍ରସର ନିକଟରେ ଥିବା ପଥର କୁଆଁରିରେ ବ୍ଲାଷ୍ଟିଂ ଚାଲିଥିଲା । ଏହି ସମୟରେ ଉଭୟ ମାମୁଁ ଭଣଜା ଏକ ବଡ଼ ପଥର ପଛପଟେ ବସି ବ୍ଲାଷ୍ଟି ପରିଚାଳନା କରୁଥିଲେ । ଏହି ସମୟରେ ଏକ ବିଶାଳ ପଥର ପଡ଼ି ୨ଜଣ ଶ୍ରମିକ ଚାପି ହୋଇଯାଇଥିଲେ ।

Advertisment

ବିଳମ୍ବିତ ରାତିରେ ଘଟଣା ସ୍ଥଳରେ ତହସିଦାର, ଥାନା ଅଧିକାରୀ, ପୋଲିସ ଟିମ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପାହାଡ଼ ଉପରେ ଏହି ଦୁର୍ଘଟଣା ହୋଇଥିବାରୁ ଦୁଇ ଜଣଙ୍କ ଖଣ୍ଡ ବିଖଣ୍ଡ ଶରୀର ପ୍ରଶାସନ ପାଇଁ ଉଦ୍ଧାର କରିବା କଷ୍ଟକର ହେଉଛି ।