କନକ ବ୍ୟୁରୋ: ସ୍ଥାନ ଦିଲ୍ଲୀ ନୋଇଡା ସେକ୍ଟର ୧୧୩ ଥାନା ଅଞ୍ଚଳର ଆମ୍ରପାଲି ପ୍ଲାଟିନମ୍ ସମିତି ପାଖ । ଭୋର ୬ଟା ୮ ମିନିଟରେ ଏକ ସ୍ୱିଫ୍ଟ କାର ଆସି ଏଠାରେ ପହଞ୍ଚିଲା । ହେଲେ କାରର ବ୍ରେକ ମାରିବା କ୍ଷଣି କାରରେ ନିଆଁ ଲାଗିଗଲା । ନିଆଁ ପିଣ୍ଡୁଳା ହୋଇ ଉପରକୁ ଉଠିଥିଲା । ନିଆଁ ଏତେ ଭୀଷଣ ଓ ଆଖିପିଛୁଳାକେ କାର ଭିରତରେ ବ୍ୟପୀଥିଲା ଯେ , ସେଥିରେ ବସିଥିବା ଦୁଇ ବ୍ୟକ୍ତି କାରରୁ ବାହାରିବାକୁ ସମୟ ପାଇନଥିଲେ । ଫଳରେ ପୋଡିଯାଇ ତାଙ୍କର ମୃତ୍ୟୁ ହୋଇଛି ।

Advertisment

ଏହାକୁ ଲୋକେ ଦେଖିବା ପରେ ଫାୟାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ଫାୟାର ବ୍ରିଗେଡ ଆସି ସେଠାରେ ପହଞ୍ଚି ନିଆଁ ଲିଭାଇଥିଲା । କାର ଖୋଲି ଦୁଇଜଣଙ୍କ ମୃତ ଦେହ ବାହାର କରିଥିଲା । ଏବେ ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ପୁଲିସ । ଏବଂ କାରରେ ନିଆଁ କାରଣ ମଧ୍ୟ ଖୋଜୁଛି ପୁଲିସ ।