ବ୍ରିଟେନରେ ଟିକାକରଣ ପରେ ୨ଜଣ ଅସୁସ୍ଥ : ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବା ପରେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଚେତାବନୀ ଜାରି

509

କନକ ବ୍ୟୁରୋ : ବ୍ରିଟେନରେ ଟିକାକରଣ ପରେ ୨ ଅସୁସ୍ଥ । ପାଶ୍ୱର୍ପତିକ୍ରିୟା ଦେଖାଦେବା ପରେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଚେତାବନୀ ଜାରି ହୋଇଛି । ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନରେ ମଙ୍ଗଳବାର ଦିନ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠମାନଙ୍କୁ ଫାଇଜର ଡ଼ିକା ଡୋଜ ଦିଆଯାଇଛି । ଏହି ଟିକା ନେଇଥିବା ୨ଜଣ ସ୍ୱାସ୍ଥ୍ୟ କର୍ମୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କ ପାଖରେ ଆଲର୍ଜି ସହିତ ପାଶ୍ୱର୍ପତିକ୍ରିୟା ଦେଖିବାକୁ ମିଳିଛି ।

ବ୍ରିଟେନର ନ୍ୟାସନାଲ ହେଲ୍ଥ ସର୍ଭିସ ଏହି ଘଟଣାକୁ ସ୍ୱୀକାର କରିବା ପରେ ସରକାରଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏପରିକି ସର୍ତକତା ଜାରି କରାଯାଇଛି । ଆମେରିକୀୟ ଫାର୍ମା କମ୍ପାନି ଫାଇଜର ଏବଂ ବାୟୋଏନଟେକ୍ ମିଶି ଫାଇଜର ଟିକା ‘ବିଏନଟି ୧୬୨ବି୨’ ପ୍ରସ୍ତୁତ କରିଛନ୍ତି । ଏହା ୯୫ ପ୍ରତିଶତ ପ୍ରଭାବୀ ଏବଂ ଏଥିରେ ସେମିତି କୌଣସି ବଡ଼ଧରଣର ପାଶ୍ୱର୍ପ୍ରତିକ୍ରିୟା ନଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ଏବେ ୨ଜଣ ଅସୁସ୍ଥ ହୋଇଯିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି ।