ସରକାରୀ ଡାକ୍ତରଖାନାର ଲଜ୍ଜାଜନକ ଦୃଶ୍ୟ ! ଗୋଟିଏ ଷ୍ଟ୍ରେଚରରେ ବୁହାହେଲେ ମହିଳା ଏବଂ ପୁରୁଷ , ଭିଡିଓ ହେଲା ଭାଇରାଲ୍

473

ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋରର ସବୁଠାରୁ ବଡ ସରକାରୀ ମହାରାଜା ଯଶବନ୍ତରାଓ ହସ୍ପିଟାଲରେ ଏକ୍ସ-ରେ ପାଇଁ ଦୁଇଜଣ ରୋଗୀ ଜଣେ ମହିଳା ଏବଂ ପୁରୁଷଙ୍କୁ ଗୋଟିଏ ଷ୍ଟ୍ରେଚରରେ ଶୁଆଇଥିବାର ଭିଡିଓ ଏବେ ଭାଇରାଲ୍ ହେଉଛି । ଆଶ୍ଚର୍ଯ୍ୟର କଥା ହେଉଛି ଦୁଇଜଣ ରୋଗୀ ସଂପୂର୍ଣ୍ଣ ଅପରିଚିତ । ଖଣ୍ଡବା ଜିଲ୍ଲାର ପନ୍ଧାନାରେ ରହୁଥିବା ସଂଗୀତାଙ୍କୁ ୧୨ ଦିନ ପୂର୍ବେ ଏକ ଦୂର୍ଘଟଣାର ସମ୍ମୁଖିନ ହେବାକୁ ପଡିଥିଲା ଏବଂ ଚିକିତ୍ସା ପାଇଁ ତାଙ୍କୁ ଏମବାୟ ହସ୍ୱିଟାଲ୍ କୁ ଅଣାଯାଇଥିଲା । ସଂଗୀତାଙ୍କ ସ୍ୱାମୀଙ୍କ କହିବାନୁସାର , ମୋ ପତ୍ନୀ ସଂଗୀତା ଆର୍ଥୋପେଡିକ୍ ୱାର୍ଡରେ ଭର୍ତ୍ତୀ କରାଯାଇଥିଲା ଷ୍ଟ୍ରେଚର ଅଭାବରୁ ତାଙ୍କୁ ଜଣେ ପୁରୁଷ ରୋଗୀଙ୍କ ସହ ପରୀକ୍ଷଣ ପାଇଁ ନିଆଯାଇଥିଲା । ଆମେ ଯେଭଳି ଉପାୟରେ ବି ଚିକିତ୍ସା କରିବାକୁ ଚାହୁଁଥିଲୁ ତେଣୁ ଗୋଟିଏ ଷ୍ଟ୍ରେଚରରେ ପୁରୁଷ ରୋଗୀଙ୍କ ସହ ଯିବାକୁ ଅନୁମତି ଦେଲୁ ।

 

ସେ କହିଥିଲେ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଦେଇଥିବା ସମୟରେ ଯିବା ପାଇଁ କହିଥିଲେ କାରଣ ଡ୍ୟୁଟି ଶେଷ ହେବା ପରେ ସେ ରୋଗୀଙ୍କ ଚିକିତ୍ସା କରନ୍ତି ନାହିଁ । ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ହସ୍ପିଟାଲର ଚିକିତ୍ସା ଅଧ୍ୟକ୍ଷ ଡା. ପିଏସ୍ ଠାକୁର ,ନର୍ସ ଏବଂ ୱାର୍ଡ ବଏ ସମେତ ହାଡରୋଗ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି । ଏନେଇ ଦୋଷୀଙ୍କ ବିରୋଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ କହିଥିଲେ ଯେ ହସ୍ପିଟାଲରେ ଷ୍ଟ୍ରେଚର ତଥା ଅନ୍ୟ କୌଣସି ସୁବିଧାର ଅଭାବ ନାହିଁ ଏବଂ ଏହି ଘଟଣା ପଛରେ ଡ୍ୟୁଟିରେ ଥିବା ଡାକ୍ତର ଏବଂ କର୍ମଚାରୀଙ୍କୁ ପଚାରିଲେ ଅସଲ କଥା ପଦାକୁ ଆସିବ ।