କନକ ବ୍ୟୁରୋ: ଗୋଟିଏ ଘରେ ଚାଲିଛି ଦୁଇ ପଞ୍ଚାୟତ ଅଫିସ । ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତରିତ ଦାବିରେ ତାତିଲେ ଲୋକେ । ବାଙ୍କୀ ଡମପଡା ବ୍ଲକର ଶିମିଳିପୁର ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇ ଦେଇଛନ୍ତି ହରିରାଜପୁର ଗାଁର ଶତାଧିକ ଗ୍ରାମବାସୀ । ଦୀର୍ଘଦିନ ଧରି ଶିମିଳିପୁର ପଂଚାୟତ କାର୍ଯ୍ୟାଳୟରେ ହରିରାଜପୁର ପଞ୍ଚାୟତର କାର୍ଯ୍ୟ କରାଯାଉଥିଲା । ଗୋଟିଏ ଘରେ ଦୁଇଟି ପଞ୍ଚାୟତର କାର୍ଯ୍ୟ କରାଯାଉଥିବାରୁ ହରିରାଜପୁର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରିବାକୁ ଲୋକେ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ । ହେଲେ କେହି ଏଥିପ୍ରତି ନଜର ଦେଉନାହାନ୍ତି । ତେଣୁ ହରିରାଜପୁର ଗ୍ରାମବାସୀ ରାଗି ଯାଇ ବାଧ୍ୟ ହୋଇ ପଞ୍ଚାୟତ ଅଫିସରେ ତାଲା ପକାଇ ଦେଇଥିଲେ । ବାଙ୍କୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।