ପାଟଣାଗଡ଼ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା କରିବା ଘଟଣାରେ ଆଉ ୨ ଜଣ ଅଟକ : ହତ୍ୟାକାଣ୍ଡର ଗୁମର ଖୋଲିବା ଲକ୍ଷ୍ୟରେ ୨ ଜଣଙ୍କୁ ମାରାଥନ ଜେରା

Advertisment
ପାଟଣାଗଡ଼ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା କରିବା ଘଟଣାରେ ଆଉ ୨ ଜଣ ଅଟକ : ହତ୍ୟାକାଣ୍ଡର ଗୁମର ଖୋଲିବା ଲକ୍ଷ୍ୟରେ ୨ ଜଣଙ୍କୁ ମାରାଥନ ଜେରା

କନକ ବ୍ୟୁରୋ : ପାଟଣାଗଡ଼ ୬ଜଣ ହତ୍ୟା ଘଟଣାରେ ଆଉ ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଛି ପାଟଣାଗଡ଼ ପୋଲିସ । ସୁରେଶ ମାଝି ଓ ବବଲୁ ଜାନୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ୍ । ପୂର୍ବରୁ ଶିବା ଏବଂ ଭୋଲାଙ୍କୁ ଅଟକ ରଖିଥିଲା ପାଟଣାଗଡ଼ ପୋଲିସ । ମୃତକ ବୁଲୁ ଜାନୀର ପରିବାର ଲୋକ ଅଭିଯୋଗ କରିଛନ୍ତି ଘରେ ଗାତ ଖୋଳା ହୋଇଛି ।

ଆଉ ଯେଉଁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ତାହା ତାଙ୍କ ନିଜର । ଘରେ ଆଗରୁ ରଖାଯାଇଥିଲା । ତେଣୁ ହତ୍ୟାକାରୀ ନିଜେ ଆଣିଥିବା ଅସ୍ତ୍ରଶସ୍ତ୍ରରେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବୁଲୁ ଜାନୀର ପରିବାର ଲୋକ ଭୟଭୀତ ହୋଇ ସମ୍ପୃକ୍ତ ଅଂଚଳ ଛାଡ଼ି ଝାଡ଼ଖଣ୍ଡ ଚାଲିଯିବା ପାଇଁ କହୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe