ସଲାମ ସହିଦ । ଜନ୍ମମାଟିକୁ ଫେରିବ ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷରେ ସହିଦ ଦୁଇ ଓଡିଆ ଯବାନ ମରଶରୀର : ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷ କୃତ୍ୟ

295

କନକ ବ୍ୟୁରୋ : ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷରେ ଓଡିଶାରେ ଦୁଇ ଯବାନ ସହିଦ ହୋଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କ ମରଶରୀର ଜନ୍ମମାଟିରେ ପହଂଚିବ ବୋଲି ସୂଚନା ମିଳିଛି । ଦେଶପାଇଁ ସର୍ବୋଚ୍ଚ ବଳିଦାନ ଦେଇ ଦୁଇ ଯବାନ ରାଜ୍ୟର ଗର୍ବ ଗୌରବ ପାଲଟିଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଂଜ ରାଇରଙ୍ଗପୁର ବିଜାତଳା ଗାଁର ସୁବେଦାର ନନ୍ଦୁରାମ ସୋରେନ ସହିଦ ହୋଇଛନ୍ତି ।

ସୁବେଦାର ନନ୍ଦୁରାମ ସୋରନେ ସହିଦ ହୋଇଛନ୍ତି, ଫୋନରେ ଏହି ଖବର ଶୁଣିବା ପରେ ପରିବାର ଉପରେ ବଜ୍ର ଖସି ପଡିଛି । ମୟୂରଭଂଜ ବିଜତଳା ଗାଁରେ ଖେଳି ଯାଇଛି ଶୋକାକୂଳ ପରିବେଶ । ସେହିପରି ଗଲୱାନ ଘାଟିରେ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ସହିଦ ହେବା ଖବର ଶୁଣିବା ପରେ ସହିଦଙ୍କ ପୈତୃକ ଗ୍ରାମ କନ୍ଧମାଳ ଜିଲ୍ଲା ବିଅରପାଙ୍ଗାଗାଁରେ ଶୋକର ଛାୟା ଖେଳିଯାଇଛି । ସୀମାରେ ଚନ୍ଦ୍ରକାନ୍ତ ସହିଦ ହେବା ଖବର ସେନା ବିଭାଗ ପକ୍ଷରୁ ଶୁଣି ଭାଙ୍ଗିପଡିଛନ୍ତି ପୂରା ପରିବାର । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ସହିଦଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।