କନକ ବ୍ୟୁରୋ: ଜନ୍ମମାଟିରେ ପହଞ୍ଚିିଲା ମୃତ ସନ୍ତୋଷଙ୍କ ମୃତଦେହ । ଖଲ୍ଲିକୋଟ ଗାଁରେ ସନ୍ତୋଷ ଗୌଡଙ୍କ ମୃତଦେହ । ସାରା ଗାଁରେ ଶୋକାକୂଳ ପରିବେଶ । କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ । କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିଲେ ସନ୍ତୋଷ । ଗାଁରେ ଦୁଇ ମନ୍ତ୍ରୀଙ୍କ ସହ ବିଧାୟକ ବି ଉପସ୍ଥିତ ଅଛନ୍ତି । କ୍ୟାବିନେଟ ମନ୍ତ୍ରୀ ବିଭୂତି ଜେନା ଓ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ଉପସ୍ଥିତ ।

Advertisment

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡା । ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା ମୂଳକ ରାଶି ଘୋଷଣା କଲେ ରାଜ୍ୟ ସରକାର । ସନ୍ତୋଷ ଗୌଡଙ୍କ ସମେତ କଟକର ମହମ୍ମଦ ଜହୁର ବି ପ୍ରାଣ ହରାଇଛନ୍ତି ।