ଛାତ୍ରଛାତ୍ରୀଙ୍କ ସହ ଚନ୍ଦ୍ରଯାନ-୨ର ଅବତରଣ ଦେଖିବେ ପ୍ରଧାନମନ୍ତ୍ରୀ। ଓଡ଼ିଶାରୁ ସରନ୍ୟା ନନ୍ଦ ଓ ଚିନ୍ମୟ ଚୌଧୁରୀଙ୍କୁ ମିଳିଲା ସୁଯୋଗ

ଇସ୍ରୋ ପକ୍ଷରୁ କରାଯାଇଥିବା କ୍ୱିଜରେ ସଫଳ ହେବା ପରେ ମିଳିଲା ସୁଯୋଗ

648

କନକ ବ୍ୟୁରୋ: ଆସନ୍ତା ୭ତାରିଖ ରାତି ଗୋଟାଏ ୫୫ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ୨ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୬୦ଜଣ ଛାତ୍ରଛାତ୍ରୀଙ୍କ ସହିତ ଦେଖିବେ । ଏଥିରେ ୨ଜଣ ଓଡ଼ିଶାର ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି । ଝାରସୁଗୁଡା ଏମସିଏଲର ଡିଏଭି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଚିନ୍ମୟ ଚୌଧୁରୀ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ସରନ୍ୟା ନନ୍ଦା ରହିଛନ୍ତି ।

ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ଛାତ୍ରଛାତ୍ରୀମାନେ ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଅଗଷ୍ଟ ୧୦ରୁ ୨୫ତାରିଖ ମଧ୍ୟରେ ଦେଶରେ ଏକାଧିକ ପର୍ଯ୍ୟାୟ ବିଶିଷ୍ଟ ବିଜ୍ଞାନ କୁଇଜ ଅନଲାଇନରେ ହୋଇଥିଲା । ଛାତ୍ରଛାତ୍ରୀଙ୍କୁ ୧୦ମିନିଟ ମଧ୍ୟରେ ୨୦ଟି ପ୍ରଶ୍ନର ଉତର ଦେବାକୁ କୁହାଯାଇଥିଲା । ଏଥିରେ ୬୦ଜଣ ଛାତ୍ରଛାତ୍ରୀ ସଫଳ ହୋଇଥିଲେ । ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚନ୍ଦ୍ରଯାନ-୨ର ଅବତରଣ ଦେଖିବାର ସୁଯୋଗ ମିଳିଛି ।