ସହିଦଙ୍କୁ ସଲାମ… ଭୁବନେଶ୍ୱରରେ ପହଞ୍ଚିଲା ୨ ବୀର ଓଡିଆ ଯବାନଙ୍କ ପାର୍ଥୀବ ଶରୀର । ଜନ୍ମମାଟିରେ ହେବ ଶେଷକୃତ୍ୟ । ଗଲୱାନ ଘାଟିରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳୀ

1,057

କନକ ବ୍ୟୁରୋ: ଓଡିଶାରେ ପହଞ୍ଚିଲା ସହିଦ ଯବାନଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ୨ ଓଡିଆ ସହିଦଙ୍କ ମରଶରୀର । ୨ ବୀର ଓଡିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ମରଶରୀର ବିମାନ ବନ୍ଦରରେ ପହଞ୍ଚିଲା । ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ମାଟିରେ ପହଞ୍ଚିଲା ସହିଦଙ୍କ ମରଶରୀର ।

ତେବେ ଗଲୱାନ ଘାଟିରେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ୨ ବୀର ଓଡିଆ । ଆଉ ଆଜି ସେମାନଙ୍କ ମରଶରୀର ବିମାନବନ୍ଦରରେ ପହଞ୍ଚିବା ପରେ ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସହ ବହୁ ନେତା ଓ ସଚିବ ମଧ୍ୟ ଶେଷ ଦର୍ଶନ କରିଥିଲେ ।

ଗଲଓ୍ଵାନ ଉପତ୍ୟକାରେ ଗତ ୧୫ ଓ ୧୬ ତାରିଖ ରାତିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏଥିରେ ଓଡ଼ିଶାରୁ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ (୨୮) ଓ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ନନ୍ଦୁରାମ ସୋରେନ (୪୩) ସାମିଲ ଥିଲେ।