ଦୁଇ ଓଡ଼ିଆ ଯୁବ ବୈଜ୍ଞାନିକଙ୍କ ବଡ ସଫଳତା । ମାତ୍ର ୨ରୁ ୩ ହଜାର ଟଙ୍କାରେ ମିଳିବ କୁତ୍ରିମ ହାତ, ପୁରସ୍କୃତ କଲେ ଉପରାଷ୍ଟପ୍ରତି ଭେଙ୍କିୟା ନାଇଡୁ । 

Advertisment
ଦୁଇ ଓଡ଼ିଆ ଯୁବ ବୈଜ୍ଞାନିକଙ୍କ ବଡ ସଫଳତା । ମାତ୍ର ୨ରୁ ୩ ହଜାର ଟଙ୍କାରେ ମିଳିବ କୁତ୍ରିମ ହାତ, ପୁରସ୍କୃତ କଲେ ଉପରାଷ୍ଟପ୍ରତି ଭେଙ୍କିୟା ନାଇଡୁ । 

କନକ ବ୍ୟୁରୋ : କମାଲ କଲେ ଓଡିଆ ବୈଜ୍ଞାନିକ । ସ୍ୱଳ୍ପମୂଲ୍ୟର କୃତ୍ରିମ ହାତ ତିଆରି କରି ଓଡ଼ିଶାର ଦୁଇ ଯୁବ ବୈଜ୍ଞାନିକ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗାନ୍ଧିଆନ୍ ୟଙ୍ଗ ଟେକ୍ନୋଲୋଜିକାଲ ଇନୋଭେସନ ପୁରସ୍କାର ଲାଭ କରିଛନ୍ତି ଡ଼. ମୃତ୍ୟୁଞ୍ଜୟ ମହାରଣା ଓ ଭବାନୀ ଶଙ୍କର ନାୟକ। ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ହର୍ଷବଦ୍ଧନ ଏହି ଦୁଇ ପ୍ରତିଭା ସଂପନ୍ନ ଓଡ଼ିଆ ବୈଜ୍ଞାନିକଙ୍କୁ ପୁରସ୍କୃତ କରିଛନ୍ତି।

ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ କସବାଜାୟପୁର ଗ୍ରାମପଞ୍ଚାୟତର ଗୌରହରି ମହାରଣାଙ୍କ ପୁତ୍ର ଡ଼ ମୃତ୍ୟୁଞ୍ଜୟ ମହାରଣା ଏବଂ ନୟାଗଡ ଜିଲ୍ଲା ଚନ୍ଦ୍ରପୁରର ରବିନ୍ଦ୍ର ନାୟକଙ୍କ ପୁତ୍ର ଭବାନୀ ଶଙ୍କର ନାୟକ ଏହି ବିରଳ ସଫଳତା ହାସଲ କରିଛନ୍ତି। ମୃତ୍ୟୁଞ୍ଜୟ ଆଇଆଇଟି ଗୌହ୍ଵାଟୀରୁ ପିଏଚଡି କରିଥିବା ବେଳେ ଭବାନୀ ଶଙ୍କର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ମେଡିସିନରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

publive-imageଜାତୀୟସ୍ତରରେ ଅଂଶଗ୍ରହଣ କରିଥିବା ୧୮୦୦ ବୈଜ୍ଞାନିକଙ୍କ ମଧ୍ୟରୁ ଏହି ସଭାରେ ମାତ୍ର ୪୨ ଜଣଙ୍କୁ ପୁରସ୍କାର ଦିଆଯାଇଥିଲା। ଦୁଇ ଓଡ଼ିଆଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱଳ୍ପ ମୂଲ୍ୟ ବିଶିଷ୍ଟ କୃତ୍ରିମ ହାତ ଉପରାଷ୍ଟ୍ରପତିଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

ହାତ ନ ଥିବା ଗରିବ ଏବଂ ମଧ୍ୟବିତ୍ତ ପରିବାର ବର୍ଗ ଲୋକମାନଙ୍କୁ  ସାହାଯ୍ୟ କରିବା ପାଇଁ ଅଳ୍ପ ମୂଲ୍ୟରେ କୃତ୍ରିମ ହାତର ମୂଲ୍ୟ ପାଖାପାଖି ୮୦ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ହୋଇଥିବା ବେଳେ ଏହି ୨ ଯୁବକଙ୍କ ପ୍ରଚେଷ୍ଟାରେ ଏହାର ମୂଲ୍ୟ ୨ ହଜାରରୁ ୩ ହଜାର ଟଙ୍କାରେ ବଜାରରେ ଉପଲବ୍ଧ ହୋଇପାରିବ। ଅଦ୍ୟାବଧି ୭ଟି କୃତ୍ରିମ ହାତର ସଫଳ ଭାବରେ କୃତ ହୋଇଛି। ଏହି ଦୁଇ ଯୁବକ ହାତ ନଥିବା ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀ ଲୋକମାନଙ୍କ କଲ୍ୟାଣ ପାଇଁ ଏବଂ ସମାଜର କଲ୍ୟାଣ ପାଇଁ ଯେପରି ସ୍ୱଳ୍ପ ମୂଲ୍ୟରେ କୃତ୍ରିମ ହାତ ବ୍ୟବହାର ହୋଇପାରିବ ସେ ନେଇ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe