ଅଯୋଧ୍ୟାରେ ଓଡ଼ିଆ ଶିଳ୍ପୀଙ୍କ ବାଲୁକା କଳାର ପ୍ରଶଂସା । ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି କରି ଚର୍ଚ୍ଚାରେ ଦୁଇ ଓଡ଼ିଆ ବାଲୁକା ଶିଳ୍ପୀ ।

163

କନକ ବ୍ୟୁରୋ: ଅଯୋଧ୍ୟାରେ ଓଡ଼ିଆ ଶିଳ୍ପୀଙ୍କ କମାଲ । ବାଲୁକା କଳାରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି କରି ଚର୍ଚ୍ଚାରେ ଦୁଇ ଓଡ଼ିଆ ବାଲୁକା ଶିଳ୍ପୀ । ଗଞ୍ଜାମ ଜିଲ୍ଲାର କୁକୁଡ଼ା ଖଣ୍ଡି ବ୍ଲକ ବୋରି ଗାଁର ନାରାୟଣ ସାହୁ ଓ କଟକ ଆଠଗଡ଼ର ଓମ୍ ପ୍ରକାଶ ବାରିକ । ବାଲିରେ ୨୫ ଫୁଟ ଲମ୍ବ ଓ ସାଢ଼େ ୭ ଫୁଟ ଉଚ୍ଚତାର ଶ୍ରୀରାମଙ୍କ ମୂର୍ତ୍ତି ତିଆରି କରିଛନ୍ତି ଏହି ଦୁଇ ଜଣ ଶିଳ୍ପୀ । ଅଯୋଧ୍ୟାର ସରଯୁ ନଦୀରୁ ବାଲି ଆଣି ପବିତ୍ରଗୁପ୍ତ ଘାଟ ନିକଟରେ ଏହି ବାଲୁକା କଳାକୁ ପ୍ରଦର୍ଶନ କରାଯାଇଛି ।