FIH ପୁରୁଷ ହକି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ସ୍ଥାନ ପାଇଲେ ୨ ଓଡିଆ । ଦମ୍ ଦେଖାଇବେ ଅମିତ, ବିରେନ୍ଦ୍ର ଲାକ୍ରା ଉପ-ଅଧିନାୟକ ନିଯୁକ୍ତ ।

211

କନକ ବ୍ୟୁରୋ : ଆସନ୍ତା ଜୁନ୍ ମାସ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ସିରିଜ୍ ପାଇଁ ମୋଟ୍ ୧୮ ଜଣ ଖେଳାଳୀଙ୍କୁ ନେଇ ଦଳ ଘୋଷିତ ହୋଇଛି । ସବୁଠାରୁ ବଡ କଥା ହେଉଛି, ଭାରତୀୟ ହକି ଦଳରେ ୨ ଜଣ ଓଡିଆ ଖେଳାଳୀଙ୍କୁ ସ୍ଥାନ ମିଳିଛି ।

ଦୁଇ ଓଡିଆ ଖେଳାଳୀ ହେଉଛନ୍ତି ଅମିତ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରା । ଆଉ ମନପ୍ରୀତ ସିଂହ ଦଳର ଅଧିନାୟକ ଭାର ସମ୍ଭାଳୁଥିବା ବେଳେ ବୀରେନ୍ଦ୍ର ଲାକ୍ରା ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି । ଏଫଆଇଏଚ୍ ପୁରୁଷ ହକି ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା ଜୁନ୍ ୬ ତାରିଖରେ ଋଷିଆ ବିପକ୍ଷରେ ଖେଳିବ ଭାରତ ।