ଦୁଇ ଓଡ଼ିଆ ହକି ତାରକାଙ୍କ ପାଇଁ ସୁନ୍ଦରଗଡ଼ରେ ଉତ୍ସାହ । ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କ ପାଇଁ ଗର୍ବ କରୁଛନ୍ତି ପରିବାର 

210

କନକ ବ୍ୟୁରୋ: ବୋଧହୁଏ ନିଜ ରାଜନୈତିକ ଜୀବନରେ ରେକର୍ଡ ପରେ ରେକର୍ଡ ବିଜୟ ହାସଲ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେ ଆନନ୍ଦିତ ହୋଇନଥିବେ ଭାରତୀୟ ହକି ଦଳର ସେମିଫାଇନାଲରେ ପହଁଚିବା ତାଙ୍କୁ ତାଠାରୁ ବୋଧହୁଏ ଅଧିକ ଉଲ୍ଲସିତ କରିଥିଲା ।

ଏହି ଖୁସିର କାରଣକୁ ବୁଝିବାକୁ ହେଲେ ଆପଣଙ୍କୁ ୨୦୧୮ର ଏହି ଦୃଶ୍ୟକୁ ମନେ ପକାଇବାକୁ ପଡିବ, ଯେତେବେଳେ ଭାରତୀୟ ମହିଳା ଓ ପୁରୁଷ ହକି ଦଳର ସ୍ପନସର ହେବାକୁ ଘୋଷଣା କରିଥିଲେ ଓଡିଶା ସରକାର । ଏହି ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ ଆଜିର ଦିନରେ ଏହାର ସୁଫଳ ମିଳିବା ଆରମ୍ଭ ହୋଇଛି । ଯେଉଁ ବିଶ୍ୱାସ ୩ ବର୍ଷ ତଳେ ଓଡିଶା, ହକି ଖେଳାଳିଙ୍କ ଉପରେ ରଖିଥିଲା, ତାର ସୁଫଳ ମିଳିଛି । ହକି ଟିମ୍ ସେମିଫାଇନାଲରେ ପହଁଚିବା ପରେ ଜାତୀୟ ସ୍ତରରେ ଓଡିଶାର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାହାଣୀ । ସ୍କୁଲ ସମୟରେ ଗୋଲ କିପର୍ ଭାବେ ଟିମରେ ଖେଳୁଥିଲେ । ହକି ପାଇଁ ତାଙ୍କର ଥିବା ଦୁର୍ବଳତା ପରବର୍ତୀ ସମୟରେ ପ୍ରତିଫଳିତ ହେଲା ଯେତେବେଳେ ବଡ ବଡ ବିଜ୍ଞାପନ ଦାତା କଂପାନୀ ମାନେ ଜାତୀୟ ଖେଳ ସମର୍ଥନରେ ବାହାରିନଥିଲେ । ସେହି ସମୟରେ ଭାରତୀୟ ହକି ଦଳକୁ ବିଶ୍ୱସ୍ତରର ଭିତିଭୂମି ଏବଂ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେବାକୁ ସାମ୍ନାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ।

ଆଇପିଏଲ ପ୍ରାୟୋଜକ ହେବାକୁ ହେଉ ଅବା ଭାରତୀୟ କ୍ରିକେଟ ଜର୍ସିରେ ନାଁକୁ ସାମିଲ କରିବା, ଅନେକ କଂପାନୀ ହଜାର ହଜାର କୋଟିକୁ ପାଣି ଭଳି ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥାନ୍ତି । ହେଲେ ହକିକୁ ନେଇ ଆଜି ଯେତେବେଳେ ସାରା ଦେଶ ଗର୍ବ ଅନୁଭବ କରୁଛି, ସେହି ସମୟରେ ଓଡିଶାର ଅବଦାନକୁ ପୁରା ବିଶ୍ୱ ଦେଖୁଛି ।

କେବଳ ପ୍ରାୟୋଜକ ହୋଇ ଚୁପ୍ ବସିନାହିଁ ଓଡିଶା । ଭୁବନେଶ୍ୱରରେ ବିଶ୍ୱସ୍ତରରର ହକି ଷ୍ଟାଡିୟମ୍ ନିର୍ମାଣ ସରିଛି । ଆଷ୍ଟ୍ରୋ ଟର୍ଫର ସୁବିଧା କବେଳ କଳିଙ୍ଗ ଷ୍ଟାଡିୟମରେ ମିଳୁଛି, ଯାହାର ଶ୍ରେ ୟ ରାଜ୍ୟ ସରକାରଙ୍କର । ସେହିଭଳି ସୁନ୍ଦରଗଡରେ ନିର୍ମାଣ ଚାଲିଛୀ ଆଉ ଏକ ହକି ଷ୍ଟାଡିୟମ୍ । ୨୦୨୩ରେ ହେବାକୁ ଥିବା ହକି ବିଶ୍ୱକପ ଉଭୟ ଭୁବନେଶ୍ୱର ଓ ସୁନ୍ଦରଗଡରେ ଖେଳାଯିବ ବୋଲି ସରକାର ଘୋଷଣା କରିଛନ୍ତି ।

ପଶ୍ଚିମ ଓଡିଶାରେ ହକି ଖୁବ ଲୋକପ୍ରିୟ । ସୁନ୍ଦରଗଡକୁ ହକିର ଏନ୍ତୁଡିଶାଳ କୁହାଯାଏ । ଧ୍ୟାନଚାନ୍ଦଙ୍କ ଯାଦୁରେ ହକିରେ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖିଥିବା ଭାରତୀୟ ଦଳ ଯେତେବେଳେ ନିଜର ସଫଳତା ଦୋହରାଇବାରେ ବିଫଳ ହେଉଥିଲା, ସେତେବେଳେ ହକିକୁ ନୁଆ ଜୀବନ ଦେଇଥିଲେ ଓଡିଶା ସରକାର ।

୨୦୧୮ ରୁ ୨୦୨୩ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡିଶା । ଏହି ଅବଧିରେ ହକି ବିଶ୍ୱକପ୍, ଅଲିମ୍ପିକ୍ସ କ୍ୱାଲିଫାୟର, ହକି ୱାର୍ଲଡ ଚାମ୍ପିୟନଶିପ୍ ଆୟୋଜନ କରି ଓଡିଶା, ହକିର ସଫଳତାର ଅଧ୍ୟାୟରେ ନୁଆ ଫର୍ଦ୍ଦ ଯୋଡିଚାଲିଛି ।